ଜମି ମାପ ପାଇଁ ଅମିନ ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମି ମାପ ପାଇଁ ଅମିନ ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ | ମହାକାଳପଡ଼ା ତହସିଲରେ କାର୍ଯ୍ୟରତ ଅମିନ ଉମାକାନ୍ତ ବେହେରା ଅଧିକାଂଶ ସମୟରେ ଜମି ଜମା ମାପ ସମୟରେ ଜମି ମାଲିକ ମାନଙ୍କ ଠାରୁ ଢେର ହାତଗୁଂଜା ନେଇଥାନ୍ତି |

ଏପରିକି ହାତ ଗୁଞ୍ଜା ନ ପାଇଲେ ଆଶାୟୀ ଜମି ଚିହ୍ନ୍ନଟ କାରୀଙ୍କୁ ଢେର ଥର ତହସିଲ କୁ ଦୌଡ଼ି ବାକୁ ପଡିଥାଏ | ଅଗତ୍ୟା ଭାବେ ଇଚ୍ଛା ନଥିଲେ ବି ବାଧ୍ୟ ବାଧକତlରେ ଜମି ଜମା ଚିହ୍ନଟ କାରି ହାତଗୁଂଜା ଦେଇ ମାପ ଧାର୍ଯ୍ୟ ତାରିଖ କୁ ଅପେକ୍ଷା କରିବାକୁ ପଡିଥାଏ |

ଏହିଭାବେ ସ୍ଥାନୀୟ ଅଞ୍ଚଳ ର ସୁଶାନ୍ତ କୁମାର ବିଶ୍ୱାଳ ନିଜ ଜମି ପରିସୀମା ନିର୍ଦ୍ଧାରଣ ପାଇଁ ଆବେଦନ କରି ଅନେକ ଦିନ ହେବ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏଭଳି ଯୋଜନା ପ୍ତସ୍ତୁତି କରିଥିଲେ | ରାସାୟନିକ ଯୁକ୍ତ ୩ ହଜାର ଟଙ୍କା ଅମିନ ଶ୍ରୀ ବେହେରାଙ୍କୁ ତହସିଲ କାର୍ଯ୍ୟାଳୟ ରେ ଦେବା ସମୟରେ ଅପେକ୍ଷାରତ ଭିଜିଲାନ୍ସ ଟିମ ମାଡ଼ିବସିଥିଲା |

Comments are closed.