ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୫ ବର୍ଷ ବିଜେଡି ଶାସନ ପରେ ଓଡିଶାରେ ଲୋକ ଚାହିଁଛନ୍ତି ବିଜେପି ସରକାର | ବାଲେଶ୍ଵରରେ ବିକଶିତ ଭାରତ ବିକଶିତ ଓଡିଶା କାର୍ଯ୍ୟକ୍ରମ। ସହରସ୍ଥିତ ନୋସି ବିଜନେସ ପାର୍କରେ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏଥିରେ ବରିଷ୍ଠ ବିଜେପି ନେତା ତଥା ଲୋକସଭା ବାଚସ୍ପତି ଓମ ବିର୍ଲା ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର କରିବାକୁ ଆହ୍ୱାନ ଦେଇଥିଲେ। ଓଡିଶାରେ ବିଜେପି ସରକାର ହେଲେ ଓଡିଶା ଲୋକ ଅନ୍ୟରାଜ୍ୟକୁ କାମ କରିବା ପାଇଁ ଯିବେ ନାହିଁ | ନିଜ ରାଜ୍ୟରେ କାମ ପାଇବେ। ୨୦୪୭ ସୁଦ୍ଧା ଭାରତ ସମଗ୍ର ବିଶ୍ୱ ପାଇଁ ଆଦର୍ଶ ସାଜିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହାକୁ ବାସ୍ତବତାରେ ରୂପ ଦେବା ପାଇଁ ସମସ୍ତଙ୍କର ସେ ସହଯୋଗ କାମନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ ବିଧାୟକ ତଥା ରେମୁଣା ବିଧାୟକ ପାର୍ଥି ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ପାର୍ଥି ମାନସ ଦତ୍ତ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ।