ଅବକାରୀ ବିଭାଗର ମିଳିତ ଚଢଉ ବିପୁଳ ପରିମାଣର ମଦ ଗାଡି ସହ ୧୪ ଜଣ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ରାଇବଣିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ସାଟେଲାଇଟ ବିଭାଗର ମିଳିତ ଚଢଉ ବିପୁଳ ପରିମାଣର ମଦ ଗାଡି ସହ ୧୪ ଜଣ ଗିରଫ । ସୂଚନା ଅନୁସାରେ ଉତର ବାଲେଶ୍ଵର ଅଞ୍ଚଳ ରେ ନିଶା କାରବାର ଦିନ କୁ ଦିନ ବଢି ଚାଲିଥିବା ବେଳେ ପୋଲିସ, ଅବକାରୀ ବିଭାଗ ର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଦେଶୀମଦ ବେପାରୀ ଙ୍କ ଉପରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅଙ୍କୁଶ ଲଗାଯାଇଛି। ତେବେ ଗତକାଲି ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜଳେଶ୍ଵର, ବସ୍ତା, ଭୋଗରାଇ, ସଦର ଅବକାରୀ ଓ ସାଟେଲାଇଟ ବିଭାଗ ପକ୍ଷରୁ ଉତର ବାଲେଶ୍ଵରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ।

ଚଢାଉ ସମୟରେ ୪୩୦୦ ଲିଟର ଦେଶୀ ମଦ ,ସାତଟି ମଟର ସାଇକେଲ, ଗୋଟିଏ କାର, ଗୋଟିଏ ନମ୍ବର ବିହୀନ ବୋଲେରୋ ସହିତ ୧୪ ଜଣ ଙ୍କୁ ଗିରଫ କରି ନଅଟି ମାମଲା ରୁଜୁ କରାଯାଇଥିବା ଥିବା ସୂଚନା ଦେଇଛନ୍ତି ଡେପୁଟି ସୁପରିଟେଣ୍ଡେଣ୍ଟ। ତେବେ ରାଜପଥ କଡ଼ରେ ଥିବା ଢ଼ାବା ମାନଙ୍କରେ ବେଆଇନ ନିଶା କାରବାର, ଠିପି ବନ୍ଦ ଦୋକାନ ସମ୍ମୁଖରେ ସନ୍ଧ୍ୟା ରୁ ରାତି ୧୨ ଟା ପର୍ଯ୍ୟନ୍ତ ମଦର ଆସର ଜମୁଥିବା ବେଳେ ଅବକାରୀ ବିଭାଗ ନିଦାବିଷ୍ଣୁ ପାଲଟିଛି। ମାତ୍ର କିଛି ସାଧାରଣ ଲୋକଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଉଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.