ଏକ କୋଟି ଟଙ୍କାର ସୁନା ଆସୁଥିଲା ବେଳେ ଏସଏସଟି ଟିମ ଦ୍ୱାରା ଗାଡି ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଶ୍ଚିମବଙ୍ଗରୁ ଓଡିଶା ଅଭିମୁଖେ ପ୍ରାୟ ଏକ କୋଟି ଟଙ୍କାର ସୁନା ଆସୁଥିଲା ବେଳେ ଏସଏସଟି ଟିମ ଦ୍ୱାରା ଚାରିଚକିଆ ଗାଡି ଜବତ ଡ୍ରାଇଭର ସମେତ ୩ ଅଟକ, ତଦନ୍ତ ଜାରୀ  | ସୂଚନା ଅନୁଯାୟୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓଡିଶା ପଶ୍ଚିମବଙ୍ଗ ସୀମାରେ ପୋଲିସ, ଫ୍ଲାଇଙ୍ଗ ସ୍ୱାର୍ଡ, ଏସଏସଟି, ଜିଏସଟି ବିଭାଗ ତରଫରୁ ଚେକିଂ ଜୋରସୋରରେ ରହିଛି |

ତେବେ ଆଜି ଅପରାହ୍ନ ସମୟରେ ପଶ୍ଚିମବଙ୍ଗ କଲିକତାରୁ ଦିଘା ହୋଇ ୫୭ନଂ ରାଜ୍ୟରାଜପଥ ଦେଇ ଓଡିଶା ବାରିପଦା ଅଭିମୁଖେ ଏକ ଚାରିଚକିଆ ଗାଡ଼ିରେ ସୁନା ଭର୍ତି ହୋଇ ଆସୁଥିଲା | ତେବେ ଆମ୍ବଳିଅଠା ଠାରେ SST ବିଭାଗ ପକ୍ଷରୁ ଚେକିଙ୍ଗ ବେଳେ ବିଭାଗତରଫରୁ ଗାଡି ଭିତରେ ପ୍ରଚୁର ପରିମାଣରେ ସୁନା ଗହଣା ଥିବା ଜାଣିବାକୁ ପାଇ ସୁନା ଥିବା ଗାଡିକୁ ଜବତ କରିବା ସହିତ ୩ଜଣଂକୁ ଅଟକ ରଖି ଜଳେଶ୍ୱର ପୋଲିସ ତଦନ୍ତ ଜାରି ରଖିଛି |

ତେବେ ଜବତ ସୁନା ଆନୁମାନିକ ଏକ କୋଟି ଟଙ୍କା ହେବ | ଠିକ ସେହି ପରି ପଶ୍ଚିମବଙ୍ଗ ପାଉଁଶକୁଡା ଆଡୁ ଏକ WB 02A L9567 ନଂ ବିଶିଷ୍ଟ ଏକ ଫୋରଚୁନ କାରରେ ୪ଲକ୍ଷ ଟଙ୍କା ନେଇ ରିଲିଭାଗର ଏକ ଠିକାଦାର ୬୦ନ ଜାତୀୟ ରାଜପଥ ଦେଇ ଓଡିଶା ଅଭିମୁଖେ ଆସୁଥିଲା | ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନାକ ପଏଣ୍ଟ ନିକଟରୁ ପୋଲିସ ଦ୍ୱାରା ଜବତ ଡ୍ରାଇଭର ସମେତ ଠିକାଦାର ଅଟକ ପୋଲିସର ତଦନ୍ତ ଜାରୀ |

Leave A Reply

Your email address will not be published.