ସୌମ୍ୟଙ୍କ ପାଇଁ ବଢୁଛି ସମର୍ଥନର ସୁଅ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୌମ୍ୟଙ୍କ ପାଇଁ ବଢୁଛି ସମର୍ଥନର ସୁଅ, କଂଗ୍ରେସ ଛାଡି ସୌମ୍ୟରଞ୍ଜନ ଙ୍କ ସାଙ୍ଗେ ଯୋଗ ଦେଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ | ଘଷୁପୁରା ନିର୍ବାଚନ ମଣ୍ଡଳୀ ଘଟଗାଁ ବ୍ଲକ ତୋରାଣୀ ପୋଖରୀରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ଏହି ମିଶ୍ରଣ ପର୍ବରେ ଏକାଧିକ ବରିଷ୍ଠ କଂଗ୍ରେସ ନେତାମାନେ ସ୍ବାଧୀନ ପ୍ରାର୍ଥୀ ଶ୍ରୀ ପଟ୍ଟନାୟଙ୍କ ସହିତ ମିଶିଥିଲେ। ଏହି ମିଶ୍ରଣ ପର୍ବରେ ଘଟଗାଁ ବ୍ଲକର କଂଗ୍ରେସ ସଭାପତି ପ୍ରଭାକର ନାୟକ, ମହିଳା କଂଗ୍ରେସର ବ୍ଲକ ସଭାନେତ୍ରୀ ପ୍ରବୀଣା ଦଣ୍ଡପାଟ, କଂଗ୍ରେସର ବରିଷ୍ଠ ସଦସ୍ୟ ଗୌରହରୀ ନାୟକ, କଂଗ୍ରେସର ବ୍ଲକ ଉ ପସଭାପତି ନରହରୀ ନାୟକ, ସାଧାରଣ ସଂପାଦକ ଗ‌ୌତମ ବାରିକ ଯୋଗଦେବା ସହ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ |

ସଂପାଦକ ବିଚିତ୍ର ନାୟକ, ସଂପାଦକ ପବିତ୍ର ମୋହନ ନାୟକ, ଉପସଭାପତି ଦୁଷ୍ମନ୍ତ ଗିରି, ସଂଜୟ କୁମାର ନାୟକ, କାର୍ଯ୍ୟକାରିନି ସଦସ୍ୟ ଲକ୍ଷ୍ମଣ ନାୟକ, ସଂପାଦକ ପରିକ୍ଷିତ ନାୟକ, ବ୍ଳକ ସେବାଦଳ ମୁଖ୍ୟ ଦୟାନିଧି ମହାନ୍ତ, ସାଧାରଣ ସଂପାଦକ ଜେମାମଣି ମହାନ୍ତ, ସଂପାଦକ ଝାଡେଶ୍ବର ନାୟକ, ସଂପାଦକ ଟିକାନାରାୟଣ ନାୟକ, ଉପସଭାପତି ଶୁକଦେବ ନାୟକ, ସଂପାଦକ ଉତ୍ତମ ପଲେଇ, ଯୁବ ସଂପାଦକ ପ୍ରଦୀବ ବାରିକ ପ୍ରମୁଖ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ଆଗାମୀ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ କେଉଁଭଳି ସୌମ୍ୟ ରଞ୍ଜନ ପଟନାୟକ ଙ୍କୁ ବିଜୟ କରାଇବେ ସେନେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.