ସୁବିଧା ଥାଇ ଅସୁବିଧାରେ ଗଡଭାଟି ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁବିଧା ଥାଇ ଅସୁବିଧାରେ ଗଡଭାଟି ଗ୍ରାମବାସୀ |ପଦ୍ମପୁର ବ୍ଲକ ଅଧୀନସ୍ଥ କଂସର ପଞ୍ଚାୟତର ଗଡଭାଟି ଗ୍ରାମରେ ପାଣି ଟୋପାଏ ପାଇଁ ଏକ ମାତ୍ର ସାହାର ପାଳଟିଛି ସ୍କୁଲ ପାଖରେ ଥିବା ନଳକୂପ, ଅନ୍ୟ ନଳକୂପ ଗୁଡିକ ପିଇବା ଯୋଗ୍ୟ ନୁହଁ |

ବସୁଧା ଯୋଜନାରେ ଓ୍ବାଟର ସପ୍ଲାଏ ଥାଇ ମଧ୍ୟ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଗଡଭାଟି ଗ୍ରାମବାସୀ | ୧୨ ରୁ ୧୫ ଶହ ଜନସଂଖ୍ୟା ଥିବାବେଲେ ଗୋଟିଏ ମାତ୍ର ନଳକୂପ କଣ କରିବ ? ସୁବିଧା ଥାଇ ଖରା ଦିନରେ ଅସୁବିଧା ଭୋଗୁ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି |

ପାଣି ବଣ୍ଟନ ଶୀଘ୍ର ଶୁଭାରମ୍ଭ କରିବା ପାଇଁ ମହିଳା ମାନେ ଦାବୀ କରିଛନ୍ତି | ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମାଧାନ କରନ୍ତୁ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି |

Leave A Reply

Your email address will not be published.