କଂଗ୍ରେସ ପ୍ରାର୍ଥୀଙ୍କ ଜନ ସମାଗମରେ ପରିବର୍ତନ ସଂକଳ୍ପ ସମାବେଶ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାସୁଦେବପୁରରେ କଂଗ୍ରେସ ପ୍ରାର୍ଥୀ ଙ୍କର ବହୁ ଜନ ସମାଗମ ରେ ପରିବର୍ତନ ସଂକଳ୍ପ ସମାବେଶ ଅନୁଷ୍ଠିତ।  ବହୁ ଜନ ସମାଗମ ରେ ବାସୁଦେବପୁର କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାସ ଓ ଅନନ୍ତ ସେଠୀ ବାସୁଦେବପୁର ରେ ପରିବର୍ତନ ସଂକଳ୍ପ ସମାବେଶ କରିଛନ୍ତି।

ସ୍ଥାନୀୟ ଯାଦବ ପଡିଆ ରୁ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ନୀଳମଣି ମାର୍କେଟ କମ୍ପ୍ଲେକ୍ସ ରେ ପରିବର୍ତ୍ତନ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ଭକ୍ତ ରଞ୍ଜନ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ରମେଶ ଚନ୍ଦ୍ର ବଳ, ସୁଶାନ୍ତ ମହାକୁଡ, ମଧୁମିତା ସେଠୀ, ମଞ୍ଜୁଲତା ପଣ୍ଡା, ମନୋରଞ୍ଜନ ପାଢ଼ୀ , ସିଦ୍ଧାନ୍ତ ଦାସ ଉପସ୍ଥିତ ରହି ବିଜେଡ଼ି ଓ ବିଜେପି ଉପରେ ବର୍ଷୀ ଥିଲେ। ବାସୁଦେବପୁର ଅଞ୍ଚଳ ରୁ ବହୁ ଜନ ସମାଗମ ହୋଇଥିବାର ଦେଖା ଯାଇଛି।

Leave A Reply

Your email address will not be published.