ବାଲିପାଳରେ ବଦ୍ରୀଙ୍କ ସମାବେଶରେ ଯୋଗ ଦେଲେ ହଜାର ହଜାର କର୍ମୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲିପାଳରେ ବଦ୍ରୀଙ୍କ ସମାବେଶରେ ଯୋଗ ଦେଲେ ହଜାର ହଜାର କର୍ମୀ | ଆଜି ଘଷିପୁରା ନିର୍ବାଚନ ମଣ୍ଡଳୀ ବାଲିପାଳ ଠାରେ ତିନି ଗୋଟି ପଞ୍ଚାୟତକୁ ନେଇ ଘଷିପୁରା ବିଜୁ ଜନତା ଦଳର ପାର୍ଥି ବଦ୍ରୀ ନାରାୟଣ ପାତ୍ର ଏକ ସମାବେଶ କରିଥିଲେ।

ଏଥିରେ ହଜାର ହଜାର କର୍ମୀ ଓ ମହିଳା ମାନେ ଯୋଗ ଦେଇଥିଲେ। ଜଳସୁଆଁ ଗ୍ରାମର ବିଜେପି ନେତା ସଞ୍ଜୟ ଜେନା ବିଜେପି ଛାଡି ବଦ୍ରୀ ବାବୁ ଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି |

ବିଭିନ୍ନ ଦଳ ଛାଡି ବିଜୁ ଜନତା ଦଳରେ ଅନେକ କର୍ମୀ ଯୋଗ ଦେଇଛନ୍ତି କିପରି ନିର୍ବାଚନ ରେ ବହୁ ସଂଖ୍ୟା ଭୋଟରେ ବିଜୟୀ ହୋଇ ପାରିବେ ସେ ବିଷୟରେ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

Leave A Reply

Your email address will not be published.