ପାଟକୁରାରେ କଂଗ୍ରେସ ଓ ବିଜେଡିର ପ୍ରଚାର ଜୋରଦାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଟକୁରାରେ ଜମୁଛି ନିର୍ବାଚନ ପ୍ରଚାର |ପାଟକୁରା ନିର୍ବାଚନ ମଣ୍ଡଳୀ ର ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକ ରେ ବିଜୁ ଜନତା ଦଳ ଓ କଂଗ୍ରେସ ଦଳ ଜୋରଦାର ପ୍ରଚାର କରୁଛନ୍ତି | ପାଟକୁରା କଂଗ୍ରେସ ବିଧାୟକ ପାର୍ଥି ରତିକାନ୍ତ କାନୁନ ଗୋ ଓ କେନ୍ଦ୍ରାପଡ଼ା କଂଗ୍ରେସ ସାଂସଦ ପାର୍ଥି ସିଦ୍ଧାର୍ଥ ସ୍ୱରୂପ ଦାସ ମିଳିତ ଭାବେ ଗରଦପୁର ଓ ମାର୍ଶାଘାଇ ପରେ ଡେରାବିଶ ବ୍ଲକରେ ବିଶାଳ ରୋଡ଼ ସୋ କରି ଡେରାବିଶ ବ୍ଲକ ଛକରୁ ବାଇକ ରାଲି ଦ୍ୱାରା ଲଛମନଜୀଉ ଠାକୁରଙ୍କୁ ଦର୍ଶନ କରି କୁରୁଜଙ୍ଗା ପଡିଆରେ କର୍ମୀ ସମ୍ମିଳନୀ କରି ରାହୁଲ ଗାନ୍ଧୀଙ୍କ ନିର୍ଦେଶ ରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ସମ୍ପର୍କିତ ଲୋକଙ୍କୁ ବୁଝାଇ ଥିଲେ |

ଏକ ହଜାର ରୁ ଉର୍ଦ୍ଧ ଲୋକ ସଭା ରେ ଯୋଗ ଦେଇଥିଲେ | ପାଟକୁରା କଂଗ୍ରେସ ର ଅନେକ ବରିଷ୍ଟ ନେତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ | ଅନ୍ୟ ପଟରେ ପାଟକୁରା ବିଜେଡି ବିଧାୟକ ପାର୍ଥି ଅରବିନ୍ଦ ମହାପାତ୍ର ଓ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପାର୍ଥି ଅଂଶୁମାନ ମାହାନ୍ତି ପ୍ରତିଦିନ ପାଟକୁରା ଓ ଡେରାବିଶ ଅଞ୍ଚଳ ରେ କର୍ମୀ ସମ୍ମିଳନୀ ଓ ଜନ ସମାବେଶ କରି ବିଜୁ ଜନତା ଦଳ ସରକାର ଲୋକଙ୍କ ପାଈଁ କରିଥିବା ବିକାଶ ମୁଖି ଯୋଜନା ଓ ତାହାର ସଫଳତା ର ଗାଥା ବର୍ଣ୍ଣନା କରିବା ସହ ଆଗାମୀ ଦିନ ରେ ପାଟକୁରା ର ବିଭିନ୍ନ ସମସ୍ୟା ର ସମାଧାନ ପାଈଁ ଦୁଇ ପାର୍ଥି ମିଳିତ ଭାବେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି |

ଡେରାବିଶ ଦାନପୁର ହ୍ରଦ ପଡିଆରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ କରି ଅରବିନ୍ଦ ଓ ଅଂଶୁମାନ ଆହୁରି ବିକାଶ ପାଈଁ ବିଜେଡି କୁ ପୁନର୍ବାର ସୁଯଗ ଦେବାକୁ ଭୋଟର ଙ୍କୁ ନିବେଦନ କରିଥିଲେ | ପାଞ୍ଚ ହଜାର ରୁ ଉର୍ଦ୍ଧ ଲୋକ ଏହି କର୍ମୀ ସମ୍ମିଳନୀ ରେ ଏକତ୍ରିତ ହୋଇ ବିଜେଡି ର ଦୁଇ ପାର୍ଥି ଙ୍କୁ ସମର୍ଥନ ଜଣାଇଥିଲେ | ତେବେ ପାଟକୁରା ରେ କଂଗ୍ରେସ ଓ ବିଜେଡି ର ନିର୍ବାଚନ ପ୍ରଚାର ଜୋରଦାର ଜମୁଥିବା ବେଳେ ପାଟକୁରା ବିଜେପି କେବଳ କିଛି ରୁଧ ଦ୍ୱାର ବୈଠକ ବ୍ୟତିରେକ କୌଣସି ଜନ ସମାବେଶ କରିବାରେ ଅକ୍ଷମ ହୋଇଥିବା ବେଖିବାକୁ ମିଳୁଛି. ପାଟକୁରା ନିର୍ବାଚନ ମୈଦାନ ରେ ବିଜେପି ପଛରେ ପଡିଯାଇଥିବା ଅନୁମେୟ ହେଉଛି |

Leave A Reply

Your email address will not be published.