ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେଡି ବିଧାୟକଙ୍କୁ ଜୋରଦାର ବିରୋଧ। ଗାଡିକୁ ଅଣ୍ଡାମାଡ ସହ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ । ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଉଥିଲେ । ଏହି ସମୟରେ ତାଙ୍କୁ ପ୍ରବଳ ବିରୋଧ କରାଯାଇଥିଲା । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ନାରାବାଜି ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା । ଏପରିକି କଂଗ୍ରେସ କର୍ମୀମାନେ ବିଧାୟକଙ୍କ କାର ସମ୍ମୁଖରେ ଶୋଇ ପଡିଥିଲେ ।
ପୋଲିସ ବିକ୍ଷୋଭକାରୀମାନଙ୍କୁ ଟାଣି ହଟାଇବା ପରେ ବିଧାୟକଙ୍କ ଗାଡି ଆଗକୁ ଯାଇଥିବା ଦେଖିବାକୁ ମିଳିଥିଲା । ମମିତା ମେହେର ହତ୍ୟା ଘଟଣାକୁ ନେଇ କ୍ୟାପଟେନ ଦିବ୍ୟଶଙ୍କରକୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ । ସେମାନଙ୍କ ସହ ଥୁବାରୁ ଦିବ୍ୟଶଙ୍କରଙ୍କ ସହ ଅନ୍ୟ ଦୁଇ ବିଧାୟକ ଭୂପିନ୍ଦର ସିଂ ଓ ପ୍ରଦୀପ ଦିଶାରୀ ମଧ୍ୟ ଅଣ୍ଡାମାଡର ଶୀକାର ହୋଇଥିଲେ ।