ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ

0

ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁନ୍ ୨୦ତାରିଖ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ | କେବଳ ରଥଯାତ୍ରା ନୁହେଁ ବରଂ ୨୮ ତାରିଖରେ ବାହୁଡା ଯାତ୍ରା ସକାଳ ୬ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ, ୨୯ ତାରିଖରେ ସୁନାବେଶ ଯାହା ଦିନ ୨ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଓ ନୀଳାଦ୍ରୀ ବିଜେ ରାତି ୧୦:୩୦ ରୁ ମଧ୍ୟ ସିଧା ପ୍ରାସାରଣ ହେବ କେବଳ ଜୀ-ସାର୍ଥକରେ | ସବୁ ବର୍ଷପରି ଏ ବର୍ଷ ମଧ୍ୟ ରଥଯାତ୍ରାର ସମ୍ପୂର୍ଣ ଧାରାବିବରଣୀ ସହିତ, ଭକ୍ତିପୂର୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଆପଣ ପାଇବେ କେବଳ ଜୀ-ସାର୍ଥକରେ |

ଏଥର ଉପସ୍ଥାପିକା ଭାବରେ ଲୋକପ୍ରିୟ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ନୈନା ଦାସ ଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଗାୟକ ଓ ଗାୟିକା ଭଜନ ପରିବେଷଣ କରିବେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ମନ୍ମଥ ମିଶ୍ର, ସୁବାସ ଦାସ, ଶରତ ନାୟକ, ଦିପ୍ତୀରେଖା ପାଢୀ, ଅସୀମା ପଣ୍ଡା, ବିଷ୍ଣୁମୋହନ କବି, କୁଲଦୀପ ପଟ୍ଟନାୟକ ଓ ବସନ୍ତ ପାତ୍ର | ପ୍ରବଚକ ମଧ୍ୟ ଅବିରତ ଧାରାବିବରଣୀ ଜାରି ରଖିବେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଗୁରୁପ୍ରସାଦ ମହାପତ୍ର, ସୁର୍ଯ୍ୟ ନାରାୟଣ ରଥଶର୍ମା, ଶାଶ୍ଵତୀ ସୌମ୍ୟା ମିଶ୍ର ଓ ପାର୍ଥସାରଥୀ ମହାନ୍ତି |

ଏହି କାର୍ଯକ୍ରମ ସମ୍ପର୍କରେ ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆଗେଇଥିବା ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ସର୍ବଦା ରାଜ୍ୟର ଗଣପର୍ବକୁ ପ୍ରାଧାନ୍ୟ ଦେଇଥାଏ | ଏହି ପରିପ୍ରେକ୍ଷିରେ ଆମେ ଆମ ଦର୍ଶକଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ ସହିତ ଉଚ୍ଚକୋଟିର ଧାରାବିବରଣୀ ଓ ଭଜନର ଆୟୋଜନ କରିଛୁ | ଆଶା କରୁଛୁ ସବୁ ବର୍ଷପରି ଏହି ବର୍ଷ ମଧ୍ୟ ଆମକୁ ଭଲପାଉଥିବା ଆମର ଅଗଣିତ ଦର୍ଶକ ରଥଯାତ୍ରା ପାଇଁ ଆମ ସହ ଯୋଡ଼ି ହୋଇ ରହିବେ |

Leave A Reply

Your email address will not be published.