ବଦଳିବ ଓଡ଼ିଶାର ପାଣିପାଗ

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର:  ବଦଳିବ ଓଡ଼ିଶାର ପାଣିପାଗର ମିଜାଜ। ଅକ୍ଟୋବର ଗରମରେ ହନ୍ତସନ୍ତ ରାଜ୍ୟବାସୀ ୨୦ ତାରିଖରୁ ଆଶ୍ବସ୍ତ ହେବେ। ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି ଯେ ସେହିଦନଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ଯାଏ କମିବା ଆରମ୍ଭ କରିବ। ଏଥିସହିତ ରାତିରେ ହାଲ୍‌କା ଶୀତ ପଡ଼ିବା ଆରମ୍ଭ ହୋଇଯିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ,

ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଆରବ ସାଗରରେ ବାତ୍ୟା ଆସିବା ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ଏହି ବାତ୍ୟା ଓମାନ ବା କରାଚି ଆଡ଼କୁ ମୁହାଁଇବା ନେଇ ଆକଳନ କରାଯାଇଛି ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରାୟ ସେହି କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋସାଗରରେ ରହି ୨୧ ତାରିଖ ସୁଦ୍ଧା ଲଘୁଚାପ ଓ ୨୨ ତାରିଖ ସୁଦ୍ଧା ଅବପାତର ରୂପ ନେବ।ସେପଟେ ବର୍ଷା ଯୋଗୁ ଫିକା ପଡ଼ିପାରେ ଚଳିତ ବର୍ଷ ଦଶହରା।

ପୂଜା ବଜାରର ମାହୋଲ ଉପରେ ପ୍ରଭାବ ପକାଇବ ବଙ୍ଗୋପସାଗରରେ ଆସୁଥିବା ଆଉ ଏକ ଲଘୁଚାପ। ୨୦ ତାରିଖରେ ମହାଷଷ୍ଠୀ, ୨୪ରେ ଦଶହରା ଓ ୨୫ରେ ଭସାଣି ଥିବା ବେଳେ ଲଘୁଚାପ ବର୍ଷା ଯୋଗୁ ପ୍ରଭାବିତ ହେବ ପୂଜା।

Leave A Reply

Your email address will not be published.