ଓଡ଼ିଆ ନ୍ୟୁଜ, କଟକ : କଟକ ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ୪୨ ମୌଜା ମୂଖ୍ୟ ରାସ୍ତା ଦୂରବସ୍ଥା ନେଇ ଏକ ସାମ୍ବାଦିକ ସମ୍ମିଳନୀ ୪୨ ମୈ।ଜା ସ୍ଥିତ ଦଧିବାମନପୁର ଠାରେ ଅବସ୍ଥିତ ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଟକ ସଦର ବ୍ଲକ୍ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛାୟତ ୪୨ ମୌଜା ମୂଖ୍ୟ ରାସ୍ତା ଦୂରବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଭଳି ଭାବେ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି ସେଥିପାଇଁ ଠିକାଦାର, ସ୍ଥାନୀୟ ପ୍ରଶାସନର କିଛି ଦାୟିତ୍ବହୀନ ଅଧିକାରୀ ଏବଂ ଶାସକ ଦଳର କିଛି କୁଜି ନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଘଟୁଛି ବୋଲି କହିଛନ୍ତି। ଉକ୍ତ କାମର ଠିକାଦାର ଯେତିକି ବି କାର୍ଯ୍ୟ କରିଛନ୍ତି ତାହା ଅତି ନିମ୍ନମାନର କାର୍ଯ୍ୟ ।
ଠିକାଦାର, ସ୍ଥାନୀୟ ପ୍ରଶାସନ ଓ କିଛି କୁଜି ନେତାଙ୍କ ରାଧେ ରାଧେ ତୁମର ଆମର ଅଧେ ଅଧେ ନୀତିରେ ଚାଲିଥିବା ଶ୍ରୀ ଗୋଛାୟତ କହିଛନ୍ତି। ରାସ୍ତା କଡ଼ରୁ କଟା ହୋଇଥିବା ଶହ ଶହ ଗଛର ହିସାବ କାହା ନିକଟରୁ ମିଳିବ ଏବଂ ଉକ୍ତ ଶହ ଶହ ଗଛ ବିକ୍ରୀର ଅର୍ଥ ସରକାରୀ ତହବିଲରେ ଅଛି ନା ମଧୁଚନ୍ଦ୍ରିକାରେ ସ୍ଵାହା ହୋଇଛି ଶ୍ରୀ ଗୋଛାୟତ ପ୍ରଶ୍ନ କରିଛନ୍ତି। ଯଦି ଆସନ୍ତା ଦିନରେ ଖୁବ ଶୀଘ୍ର ସଠିକ ଭାବେ ଉକ୍ତ କାର୍ଯ୍ୟ କରା ନ ଥାଏ, ତେବେ କଟକ ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ସେନାପତି, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ , ମିହିର ଦାସ, ପଞ୍ଚାୟତ କଂଗ୍ରେସ ସଭାପତି ପ୍ରଭାତ କୁମାର ଖଟୁଆ, ପ୍ରଫୁଲ୍ଲ କୁମାର ଜେନା, ରବିନାରାୟଣ ନାୟକ, ଋଷି କାଣ୍ଡି,ଅଖୟ କୁମାର ରାଉତ, ସଲିଳ ଭୋଇ ଓ ଦିଲିପ କୁମାର ସାମଲ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।