ଓଜନ ବୃଦ୍ଧି ନେଇ ଚିନ୍ତିତ କି….?

0

ଓଜନ ବୃଦ୍ଧି ନେଇ ଜମା ଚିନ୍ତା କରନ୍ତୁ ନାହିଁ | ଆଜି ଆମେ ଆପଣଙ୍କୁ ଓଜନ ହ୍ରାସ କରିବାର ସହଜ ପ୍ରଣାଳୀ କହିବୁ | ଓଜନ ହ୍ରାସ କରିବା ପାଇଁ ସୂର୍ଯ୍ୟ ନମସ୍କାର ପୋଜ୍ ସବୁଠାରୁ ବେଷ୍ଟ ପ୍ରଣାଳୀ | ନିୟମିତ ଯୋଗ, ସୁସ୍ଥ ଖାଦ୍ୟ ସହିତ ଭଲ ପରିମାଣର ନିଦ ଓଜନ ହ୍ରାସ କରିପାରେ | natural ମାଧ୍ୟମ ରେ ଓଜନ ହ୍ରାସ ସ୍ଵାସ୍ତ୍ୟ ପାଇଁ ଅତ୍ୟନ୍ତ ଲାଭବାନ ହୋଇଥାଏ | ଅନେକ ଲୋକ ଅନୁମାନ କରନ୍ତି ଯେ କେବଳ ଯୋଗ କରିବା ଦ୍ୱାରା ସେମାନଙ୍କର ଓଜନ ହ୍ରାସ ହେବ ନାହିଁ | ମାତ୍ର ପୁଷ୍ଟିକର ଖାଦ୍ୟ ସହିତ ଯୋଗ କରିଲେ ଓଜନ ହ୍ରାସ ହୋଇଥାଏ ଏବଂ ମନ ଏବଂ ଶରୀରକୁ ମଧ୍ୟ ଭଲ ରଖେ |ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ/ଯୋଗ ହେଉଛି ଓଜନ ହ୍ରାସର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ | ଚାଲନ୍ତୁ ଜାଣିବା କେଉଁ ଯୋଗ ପୋଜ୍ କଲେ ଅଧିକ ଓଜନ ହ୍ରାସ ହୁଏ |

1.ସୂର୍ଯ୍ୟ ନମସ୍କାର

ଅନୁସନ୍ଧାନ ଅନୁଯାୟୀ, ସୂର୍ଯ୍ୟ ନମସ୍କାର ପ୍ରତ୍ୟେକ ରାଉଣ୍ଡ ଦ୍ୱାରା ପ୍ରାୟ 13.90 କ୍ୟାଲୋରୀ ହ୍ରାସ ହୋଇଥାଏ ଏବଂ ସୂର୍ଯ୍ୟ ନମସ୍କାର ରେ 12 ଟି ସ୍ଟେପ ଥାଏ ,ଏହି 12 ସ୍ଟେପ କୁ 12 ଥର କରିବା ପରେ ପ୍ରାୟ 416 କ୍ୟାଲୋରୀ ହ୍ରାସ ହୋଇଥାଏ | ବ୍ୟାୟାମ/ଯୋଗ ମଧ୍ୟରେ ସୂର୍ଯ୍ୟ ନମସ୍କାର ସବୁ ଠାରୁ ବେଷ୍ଟ ପୋଜ୍ ଯାହା ସବୁଠାରୁ ଅଧିକା କ୍ୟାଲୋରୀ ହ୍ରାସ କରାଏ |

2. ଧନୁରାଆସନ୍ନ – ଧନୁ ପୋଜ୍

ଏହି ଆସନ୍ନ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଅଣ୍ଟା ଚର୍ବି ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ | ଏହି ଆସନ୍ନ କରିବା ଦ୍ୱାରା ପେଟ କମି ଥାଏ | ଏହା ପିଠି, ଜଙ୍ଘ, ବାହୁ ଏବଂ ଛାତିରୁ ଚର୍ବି ହ୍ରାସ କରାଏ | ଏକ ଚମତ୍କାର Perfect ଫିଗର କରିବାରେ ସାହାଯ୍ୟ କରିଥାଏ |

3. Twisted ଚେୟାର ପୋଜ୍

ଏହି ପୋଜ୍ ପେଟର ମାଂସପେଶୀକୁ ଟୋନ୍ (କମାଇ) କରିଥାଏ | ଏହି ଆସନ ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ଉନ୍ନତ ହୁଏ | ଓଜନ ହ୍ରାସର ପାଇଁ ଏହା ଏକ ଉତ୍କୃଷ୍ଟ ପଦ୍ଧତି |

4. Adho Mukha Svanasana – Downward Dog pose
ଏହି ଆସନ ଟିରେ ସମସ୍ତ ମାଂସପେଶୀରେ ବଳ ପ୍ରୟୋଗ ହୋଇ ଥାଏ | ତେଣୁ ସମଗ୍ର ଶରୀରକୁ ଟୋନ୍ ହଵାରୟ ଏହି ଆସନଟି ସାହାଯ୍ୟ କରେ | ଏହା ବାହୁ, ଜଙ୍ଘ, ପିଠି,ପେଟ, ଗୋଡ ଶରୀର ର ସମସ୍ତ ଅଙ୍ଗ ପ୍ରତେଙ୍ଗ ର ଶକ୍ତି ବିନିଯୋଗ ହୋଇଥିବାରୁ , ସବୁ ଅଙ୍ଗ ପ୍ରତେଙ୍ଗ ପତଳା ହବାରେ ସାହାଯ୍ୟ କରେ | ଏହି ପୋଜ୍ଟି ତୁମର ମାଂସପେଶୀକୁ ଟୋନ୍ କରିବା ସହିତ ତୁମର ଏକାଗ୍ରତା ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ |

5 . Plank (ପ୍ଳାଙ୍କ)

ପ୍ଲାକ୍ ହେଉଛି ଏକ ସରଳ ଏବଂ ସର୍ବୋତ୍ତମ ବ୍ୟାୟାମ ଯାହା ସମସ୍ତେ କରିପାରିବେ | ପ୍ଲାକ୍ ପୋଜ୍ କୁ କିଛି ସେକେଣ୍ଡ ଧରି ରଖିବାକୁ ପଡେ | ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମଧ୍ୟ୍ୟ ଧରିହେବ |ଏହି ବ୍ୟାୟାମ ଦ୍ୱାରା ସମସ୍ତ ମାଂସପେଶୀ ବା ଅଙ୍ଗ ପ୍ରତେଙ୍ଗର ବ୍ୟାୟାମ ହୋଇ ଥାଏ | ପ୍ଲାକ୍ ଶରୀର ର ସ୍ଥିତିକୁ ଉନ୍ନତ କରିଥାଏ | ପ୍ଲାକ୍ ପୋଜ୍ ପିଠି ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରେ | ଏହା ଆପଣଙ୍କର ନମନୀୟତାକୁ ଉନ୍ନତ କରିଥାଏ ଏବଂ ମେଟାବୋଲିଜିମ୍ ଉନ୍ନତି ଆଣିଥାଏ | ଏହା ଆପଣଙ୍କର ମନୋବଳ କୁ ଉନ୍ନତ ହେବା ରେ ସାହାଯ୍ୟ କରେ |

6. Sethu Bandha Sarvangasana – ବ୍ରିଜ୍ ପୋଜ୍

ବ୍ରିଜ୍ ପୋଜ୍ ନିୟମିତ ଭାବରେ କରିଲେ ଶରୀର ମାଂସପେଶୀ strong ହୁଏ ଏବଂ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ | ଉନ୍ନତ ରକ୍ତ ସଞ୍ଚାଳନ ଏବଂ ହଜମ ଶକ୍ତି ବଢି ଥାଏ |

7. Trikonasana ତ୍ରିକୋଣା ଆସନ ପୋଜ୍

ଏହି ଆସାନ ଟି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଏବଂ ପେଟରୁ ଚର୍ବି ହ୍ରାସ କରାଇଥାଏ | ପୋଜ୍ ଆପଣଙ୍କ ଗୋଡ ଏବଂ ବାହୁର ମାଂସପେଶୀକୁ ଜଡିତ କରେ ଏବଂ ଆପଣଙ୍କ ଅଧିକ ମାଂସପେଶୀକୁ ହ୍ରାସ କରିବାରେ ସାହାଯ୍ୟ କରେ |

ସବୁଦିନ ଏହି ସରଳ ଏବଂ ସର୍ବୋତ୍ତମ ବ୍ୟାୟାମ ଗୁଡିକ କରନ୍ତୁ | ପୁଷ୍ଟିକର ଖାଦ୍ୟ ସେବନ କରନ୍ତୁ , ପାଣି 5 ରୁ 7 ଲିଟର ପାଣି ପିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ |

Leave A Reply

Your email address will not be published.