ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗରେ ‘ଦିଦି’ ସରକାରର ପତନ।ଗାଦିଚ୍ୟୁତ ହେଲା କ୍ଷମତାସୀନ TMC। ରାଜ୍ୟରେ ପ୍ରଥମ କରି ସରକାର ଗଢ଼ିବ ବିଜେପି। ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି। କେବଳ ବିଧିବଦ୍ଧ ରେଜଲ୍ଟ ଘୋଷଣାକୁ ଅପେକ୍ଷା। ପଶ୍ଚିମବଙ୍ଗରେ ବିଜେପି ଶିବିରରେ ବିଜୟ ଉତ୍ସବ।
ରିପୋର୍ଟ ଅନୁସାରେ, ବିଜେପି ନେତା ତଥା ପଶ୍ଚିମବଙ୍ଗର ବିଜେପି ଚେହେରା ଶୁଭେନ୍ଦୁ ଅଧିକାରୀ ଆଗରେ ରହିଛନ୍ତି । ଉଭୟ ଭବାନୀପୋର ଏବଂ ନନ୍ଦିଗ୍ରାମ ଆସନରେ ସେ ବିପକ୍ଷ ପ୍ରା୍ର୍ଥୀଙ୍କ ଠାରୁ ଅଧିକ ଭୋଟ୍ ପାଇଛନ୍ତି ।
ଭବାନୀପୁରରେ ମମତା ବାନାର୍ଜୀ ଟିଏମସିର ପ୍ରାର୍ଥୀ ହୋଇଥିବା ବେଳେ ଶୁଭେନ୍ଦୁଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ଏଠାରେ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ଶୁଭେନ୍ଦୁ ବହୁ ଆଗରେ ରହିଛନ୍ତି । ଏପରିକି ମମତା ବାନାର୍ଜୀ ହାରିବାର ସମ୍ଭାବନା ମଧ୍ୟ ରହିଛି । ନନ୍ଦିଗ୍ରାମରେ ବି ବିଜେପି ନେତା ଶୁଭେନ୍ଦୁ ଲିଡ୍ କରୁଛନ୍ତି ।