ଦିଲ୍ଲୀ ଏମସିଡି ନିର୍ବାଚନ ଜିତିବା ପରେ କ’ଣ କହିଲେ କେଜ୍ରିୱାଲ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଲ୍ଲୀ ଏମସିଡି ନିର୍ବାଚନରେ ବାଜିମାତ୍ କଲା ଆପ୍ । ବିଜେପିକୁ ମାତ୍ କରି ହାତେଇ ନେଲା ବାଜି । ଦୀର୍ଘ ୧୫ ବର୍ଷ ହେଲା ଏମସିଡିରେ ବିଜେପି ଜାରି ରଖିଥିବା ଶାସନରେ ଆପ୍ ପୂର୍ଣ୍ଣଚ୍ଛେଦ ଟାଣିବା ପରେ ଦଳୀୟ କର୍ମୀ ଓ ନେତାମାନେ ସେଲିବ୍ରେସନ ମୁଡରେ ରହିଛନ୍ତି। ତେବେ ଦଳୀୟ ମୁଖ୍ୟାଳୟରେ ଆପ୍ର କର୍ମୀ ଓ ନେତାମାନଙ୍କୁ ବିଜୟ ବାର୍ତ୍ତା ଦେବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦ କାମନା କରିଛନ୍ତି। ଏଥିସହ ଦିଲ୍ଲୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଓ ସମର୍ଥନ ମାଗିଛନ୍ତି।

ଦିଲ୍ଲୀବାସୀ ବିପୁଳ ପରିମାଣରୁ ଭୋଟ ଦେଇଥିବାରୁ କେଜ୍ରିୱାଲ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଓ କ୍ଷକ୍ଟଙ୍ଖର ଚ୍ଚକ୍ଟଙ୍କ ଞକ୍ଟକ୍ଟ ବୋଲି କହିଛନ୍ତି। ଆପର ବିଜୟ ପ୍ରଥମଥର ପାଇଁ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଗଠନ କରିଛି। ଦଳ ଏଠାରେ ୨୦୧୫ରୁ କ୍ଷମତାରେ ଥିଲେ ମଧ୍ୟ କେବେ ହେଲେ ଏମସିଡି ନିର୍ବାଚନରେ ବାଜିମାତ କରି ପାରି ନଥିଲା। ହେଲେ ୨୦୨୨ରେ ସ୍ଥିତି ବଦଳିବାରୁ କେଜ୍ରିୱାଲ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଆପ୍ ସବୁବେଳେ ଅଭିଯୋଗ କରି ଆସୁଥିଲା ଯେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର, ଉପ ରାଜ୍ୟପାଳ ଓ ଏମସିଡି ବାଧା ଦେଉଛନ୍ତି। ହେଲେ ଏବେ ସ୍ଥତି ବଦଳି ଯାଇଛି।

କେଜ୍ରିୱାଲ କହିଛନ୍ତି, “ଆମେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଚାହୁଁଛୁ। ଆମେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଶୀର୍ବାଦକୁ ଚାହୁଁ। ଏହି ନିର୍ବାଚନ ଜରିଆରେ ଲୋକମାନେ ଗୋଟିଏ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତା ହେଉଛି ଯେ ସେମାନେ ନକାରାତ୍ମକ ନୁହେଁ ଗଠନମୂଳକ ରାଜନୀତି ଚାହାନ୍ତି। ମୁଁ ସମସ୍ତ ରାଜନୀତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଗଠନମୂଳକ ରାଜନୀତିକ କରିବାକୁ ଅନୁରୋଧ କରୁଛି। ଆମେ ଏଯାଏ(ନିର୍ବାଚନ ଯାଏ) ରାଜନୀତି କରିବା। ଏହାପରେ ଆଉ ରାଜନୀତି ନୁହେଁ, ବରଂ ଏବେ ଆମକୁ ଏକାଠି କାମ କରିବାକୁ ପଡ଼ିବ। ଆମେ ବିଜେପି ଓ କଂଗ୍ରେସର ସହଯୋଗ ଚାହୁଁଛୁ। ଆମେ ସମସ୍ତେ ଏକାଠି ଦିଲ୍ଲୀକୁ ଠିକ କରିପାରିବା।”

 

Leave A Reply

Your email address will not be published.