କିଏ ଧରି କଂଗ୍ରେସର ମଙ୍ଗ? ୧୭ରେ କଂଗ୍ରେସ ସଭାପତି ନିର୍ବାଚନ, ୧୯ରେ ଚିତ୍ର ସ୍ପଷ୍ଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ତଳିତଳାନ୍ତ ହେବାକୁ ଯାୁଛି କଂଗ୍ରେସ । କଂଗ୍ରେସର ଏହି ସଙ୍କଟ ସମୟରେ ଦଳରୁ ବହୁ ବରିଷ୍ଠ ନେତାଙ୍କ ଇସ୍ତଫା ଦଳ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିଛି । ଏହାରି ଭିତରେ କିଏ ଧରିବ କଂଗ୍ରେସର ମଙ୍ଗ? ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । କାରଣ ସୋନିଆ ଗାନ୍ଧୀଙ୍କ ପରେ ଆଉ ଗାନ୍ଧୀ ପରିବାରୁ କେହି ମଙ୍ଗ ଧରିବାକୁ ଚାହୁଁନଥିବା ସୂଚନା ମିଳିଛି । ତେବେ ଆଜି କଂଗ୍ରେସ ସଭାପତି ନିର୍ବାଚନ ତାରିଖ ସ୍ଥିର କରିବାକୁ କଂଗ୍ରେସ ୱାର୍କିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ସୂଚନାନୁସାରେ, ଅକ୍ଟୋବର ୧୭ ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସେପ୍ଟେମ୍ବର ୨ ରେ ବିଜ୍ଞପ୍ତି ଜାରି କରାଯିବ, ସେପ୍ଟେମ୍ବର ୧୩ ରୁ ନାମାଙ୍କନ ଆରମ୍ଭ ହେବ, ଅକ୍ଟୋବର ୧୭ ରେ ଭୋଟ୍ ଗ୍ରହଣ କରାଯିବ ଏବଂ ଗଣନା କରାଯିବ ଏବଂ ଅକ୍ଟୋବର ୧୯ ରେ ଫଳାଫଳ ଘୋଷଣା କରାଯିବ। କଂଗ୍ରେସ ୱାର୍କିଂ କମିଟି ବୈଠକ ପରେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ଜ୍ଝ

Leave A Reply

Your email address will not be published.