ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତର ବୈଦେଶିକ ନୀତିରେ ଋଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଋଷରୁ ଅସ୍ତ୍ରଶସ୍ତ୍ର ସହିତ ତୈଳ ଆମଦାନୀ କରିଥାଏ। ଋଷ ଭାରତକୁ ୨୮ ହଜାର କୋଟି ମୂଲ୍ୟର ଅସ୍ତ୍ର ବିକ୍ରି କରିଛି। କିନ୍ତୁ ଗତ ବର୍ଷ ଆରମ୍ଭରେ, ୟୁକ୍ରେନ ଯୁଦ୍ଧ ପରେ ଅନ୍ୟ ଦେଶ ଦ୍ୱାରା ଋଷ ଉପରେ କଡା କଟକଣା ଲାଗୁ କରାଯାଇଥିଲା। ଯେଉଁଥିପାଇଁ ଭାରତ ବର୍ତ୍ତମାନ ପର୍ୟ୍ୟନ୍ତ ଋଷକୁ ସେହି ଅସ୍ତ୍ରଶସ୍ତ୍ରର ଟଙ୍କା ଦେଇପାରି ନାହିଁ।
କିନ୍ତୁ ଅର୍ଥନୈତିକ ପ୍ରତିବନ୍ଧକ ସାମ୍ନା କରୁଥିବା ଋଷକୁ ଦେୟ ଦେବାକୁ ଭାରତ ଏକ ବିକଳ୍ପ ପାଇଛି। ଏକ ରଏଟର୍ସ ରିପୋର୍ଟ ଅନୁଯାୟୀ, ଭାରତୀୟ ରିଫାଇନର୍ସ ଦୁବାଇରେ ଅବସ୍ଥିତ ବ୍ୟବସାୟୀମାନଙ୍କ ମାଧ୍ୟମରେ କିଣାଯାଇଥିବା ଋଷିଆ ତେଲ ପାଇଁ ଆମେରିକୀୟ ଡଲାର ବଦଳରେ ଦୁବାଇର ମୁଦ୍ରା ଡିରହମରେ ଦେୟ ଦେବା ଆରମ୍ଭ କରି ଦେଇଛନ୍ତି। ଆଗକୁ ବଢି ଭାରତ କେବଳ ଦିରହମରୁ ଏହି ଅସ୍ତ୍ରଶସ୍ତ୍ରର ମୂଲ୍ୟ ଦେବେ।
ଗତ ବର୍ଷ ଉଭୟ ଦେଶର ଅଧିକାରୀଙ୍କୁ ଭେଟିଥିଲେ
ଗତ ବର୍ଷ ଉଭୟ ଦେଶର ପ୍ରତିରକ୍ଷା ଏବଂ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ଏକ ବୈଠକ କରି ଆରବିଆଇ ସହିତ ଦେୟ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଉଭୟ ଦେଶ ସମାନ ବୈଠକରେ ନିଷ୍ପତ୍ତି ନେଇଥିଲେ ଯେ ଋଷରୁ କିଣାଯାଇଥିବା ତୈଳ ଏବଂ ଅସ୍ତ୍ରଶସ୍ତ୍ରର ମୂଲ୍ୟ ଡଲାର ବଦଳରେ ଅନ୍ୟ ମୁଦ୍ରାରେ ଦେବେ।
ଭାରତ ଦୁବାଇର ମୁଦ୍ରା କାହିଁକି ବାଛିଲା?
ବାସ୍ତବରେ, ଋଷ-ୟୁକ୍ରେନ ଯୁଦ୍ଧ ପରେ ଜି -୭ ଦେଶ ଏବଂ ସେମାନଙ୍କର ସହଯୋଗୀମାନେ ଋଷର ତେଲ ଉପରେ ମୂଲ୍ୟ ଧାର୍ୟ୍ୟ କରିଛନ୍ତି। ଏହି ନିଷେଧାଦେଶ ହେତୁ ଅନେକ ତୈଳ ଆମଦାନୀ କରୁଥିବା ଦେଶ ମସ୍କୋଠାରୁ ଦୂରରେ ରହିଲେ, ଫଳସ୍ୱରୂପ ଋଷର ଅଶୋଧିତ ତୈଳର ସ୍ପଟ୍ ମୂଲ୍ୟ ଅନ୍ୟ ଗ୍ରେଡ୍ ତୁଳନାରେ ରିହାତି ରେକର୍ଡ କରିଛି ଜ୍ଝ ଭାରତ ଏହାର ଲାଭ ପାଇଲା ଏବଂ ଭାରତୀୟ ରିଫାଇନର୍ ଭଲ ରିହାତିରେ ତେଲ କିଣିଲା ଜ୍ଝ
ଏଭଳି ପରିସ୍ଥିତିରେ ଯଦି ଋଷ ସହିତ ବ୍ୟବସାୟ କରିବାକୁ ଏବଂ ତେଲ ବ୍ୟତୀତ ଅସ୍ତ୍ରଶସ୍ତ୍ରର ମୂଲ୍ୟ ଦେବାକୁ ଭାରତ ବିକଳ୍ପ ମୁଦ୍ରା ବ୍ୟବହାର କରୁଛି। ଅନ୍ୟପକ୍ଷରେ, ଦୁବାଇ ନିଜକୁ ନିରପେକ୍ଷ ବୋଲି କହୁଛି। ସଂଯୁକ୍ତ ଆରବ ଏମିରେଟ୍ସ ଋଷ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ। ଏଭଳି ପରିସ୍ଥିତିରେ ଭାରତ ଡଲାର ବଦଳରେ ଦିରାମରେ ପୈଠ କରିବା ସହଜ ହୋଇଯାଏ।