ସାଧାରଣତନ୍ତ୍ର ଦିବସରେ କାହିଁକି କରାଯାଏ ପ୍ୟାରେଡ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାରା ଦେଶରେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ 74 ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ୧୯୫୦ ମସିହା ଏହି ଦିନରେ ଦେଶରେ ସମ୍ବିଧାନ ଲାଗୁ କରାଯାଇଥିଲା । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଦିନ ରାଜପଥରେ ପ୍ୟାରେଡ୍ କରାଯାଉଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ରିହର୍ସଲ ତଥା ପୂର୍ବାଭ୍ୟାସ୍ କରାଯାଇଥାଏ । ଏହି ପ୍ୟାରେଡରେ ଭାରତୀୟ ସେନାର ବିଭିନ୍ନ ରେଜିମେଣ୍ଟ, ବାୟୁସେନା, ନୌସେନା ଆଦି ଭାଗ ନେଇଥାନ୍ତି ।

ସାଧାରଣତନ୍ତ୍ର ଦିବସରେ ହେଉଥିବା ଭବ୍ୟ ପ୍ୟାରେଡ୍ ଦେଶର ଏକତା, ଅଖଣ୍ଡତା ଓ ସାଂସ୍କୃତିକ ବିବିଧତା ସହ ସେନ୍ୟ ବଳକୁ ପ୍ରଦର୍ଶିତ କରିବା ଲାଗି ଆୟୋଜିତ ହୋଇଥାଏ । ଜାନୁଆରୀ ୨୬ ତାରିଖରେ ପ୍ୟାରେଡର ଆରମ୍ଭ ରାଷ୍ଟ୍ରପତିଙ୍କ ଆଗମନ ସହ ହୋଇଥାଏ । ସର୍ବପ୍ରଥମେ ଅଶ୍ୱାରୋହୀ ଅଙ୍ଗରକ୍ଷକଙ୍କ ଦ୍ୱାରା ତ୍ରୀରଙ୍ଗାକୁ ସଲାମୀ ଦିଆଯାଇଥାଏ ।

ପରବର୍ତ୍ତୀ ସମୟରେ ରାଷ୍ଟ୍ରଗୀତ ବଜାଯାଉଥିବା ବେଳେ ସେନା ପକ୍ଷରୁ ଏକପ୍ରକାର ୨୧ ତୋପର ସଲାମୀ ମଧ୍ୟ ଦିଆଯାଇଥାଏ । ବାସ୍ତବ ରୂପରେ ୨୧ ତୋପର ଫାୟାରିଂ ଦିଆଯାଇନଥାଏ । ଭାରତୀୟ ସେନାର ୭ଟି ତୋପ ଦ୍ୱାରା ତିନି ରାଉଣ୍ଡ ଫାୟାରିଂ କରାଯାଇଥାଏ । ୧୯୫୫ ମସିହା ଜାନୁଆରୀ ୨୬ ତାରିଖ ଦିନ ଆୟୋଜିତ ସାଧାରଣତନ୍ତ୍ର ସମାରୋହରେ ପାକିସ୍ତାନର ଗଭର୍ନର ଜେନେରାଲ ମଲିକ ଗୁଲାମ ମହମ୍ମଦ ବିଶେଷ ଅତିଥି ହୋଇଥିଲେ ।

ଏକ ରିପୋର୍ଟ ଅନୁଯାୟୀ ୧୯୫୦ ମସିହା ଠାରୁ ୧୯୫୪ ମସିହା ଯାଏଁ ସାଧାରଣତନ୍ତ୍ର ଦିବସର ପ୍ୟାରେଡ ଦିଲ୍ଲୀର ରାଜପଥ ବ୍ୟତିତ ଇରବିନ୍ ଷ୍ଟାଡିୟମ (ବର୍ତ୍ତମାନର ନ୍ୟାସନାଲ୍ ଷ୍ଟାଡିୟମ), ଲାଲ କିଲ୍ଲା ଏବଂ ରାମ ଲୀଳା ଭଳି ସ୍ଥାନରେ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.