ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି କାହିଁକି କରନ୍ତି ପତାକା ଉତ୍ତୋଳନ ?

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରତ୍ୟେକ ବର୍ଷ 26 ଜାନୁଆରୀରେ ଦେଶ ଏହାର ମହାନ୍ ପର୍ବ ‘ଗଣତନ୍ତ୍ର ଦିବସ’ ପାଳନ କରିଥାଏ । ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥ ଠାରେ ଏହି ମହାନ ଉତ୍ସବକୁ ଅତି ଆଡ଼ମ୍ବର ସହ

ପ୍ରତ୍ୟେକ ବର୍ଷ 26 ଜାନୁଆରୀରେ ଦେଶ ଏହାର ମହାନ୍ ପର୍ବ ‘ଗଣତନ୍ତ୍ର ଦିବସ’ ପାଳନ କରିଥାଏ । ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥ ଠାରେ ଏହି ମହାନ ଉତ୍ସବକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଏ । ‘ଗଣତନ୍ତ୍ର ଦିବସ’ କେବଳ ଏକ ଜାତୀୟ ପର୍ବ ନୁହେଁ ବରଂ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । ତେବେ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ସମସ୍ତ ଭାରତୀୟ ଜା୍ଣିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ଏହି ଦିନ ବିଷୟରେ, ଯାହା ପ୍ରତ୍ୟେକ ଭାରତୀୟ ଜାଣିବା ଆବଶ୍ୟକ…

ଜାନୁଆରୀ 26, 1950 ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ଗୃହର ଦରବାର ହଲରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। । 1955 ମସିହାରୁ ରାଜପଥରେ ଗଣତନ୍ତ୍ର ଦିବସ ପାଳନ ଆରମ୍ଭ ହୋଇଥିଲା ଏବଂ ସେନା ଏଠାରେ ପ୍ୟାରେଡ ଆରମ୍ଭ କରିଥିଲେ। । ଗଣତନ୍ତ୍ର ଦିବସ ଅବସରରେ ଯବାନମାନଙ୍କ ସାହସିକତା ପାଇଁ ପରମବୀର ଚକ୍ର, ଅଶୋକ ଚକ୍ର ଏବଂ କୀର୍ତ୍ତୀ ଚକ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ମାନ ଦିଆଯାଏ । ଏହା ପରେ ଆମର ସୈନ୍ୟବାହିନୀ ଏହାର ଶକ୍ତି ପ୍ରଦର୍ଶନ ଏବଂ ପ୍ୟାରେଡ୍ ମାର୍ଚ କରନ୍ତି । ପ୍ୟାରେଡରେ ଭାରତୀୟ ସେନା, ବାୟୁସେନା, ନୌସେନା ଇତ୍ୟାଦିର ବିଭିନ୍ନ ରେଜିମେଣ୍ଟ ଅଂଶଗ୍ରହଣ କରନ୍ତି । ପ୍ୟାରେଡରେ ବିଭିନ୍ନ ରାଜ୍ୟର ପ୍ରଦର୍ଶନୀ ମଧ୍ୟ ରହିଥାଏ । ପ୍ରତ୍ୟେକ ପ୍ରଦର୍ଶନୀ ଭାରତର ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧତା ପ୍ରଦର୍ଶିତ କରିଥାଏ ।

ଅଗଷ୍ଟ 15 ଦିନ ଜାତୀୟ ପତାକାକୁ ଏକ ଦଉଡି ଦ୍ୱାରା ତଳୁ ଉପରକୁ ଉଠାଯାଇଥାଏ, ଏହାପରେ ପତାକା ଖୋଲି ତାକୁ ଉଡ଼ାଯାଇଥାଏ । ଏହାକୁ ‘ଧ୍ୱଜାରୋହଣ’ କୁହାଯାଏ । ଇଂରାଜୀରେ ଏହାକୁ ଫ୍ଲାଗ୍ ହୋଷ୍ଟିଙ୍ଗ୍ କୁହାଯାଏ । କିନ୍ତୁ 26 ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସରେ, ପତାକା ଖୁଣ୍ଚିର ଉପର ଭାଗରେ ପୂର୍ବରୁ ବନ୍ଧା ହୋଇ ରହିଥାଏ, ଯାହାକୁ ଖୋଲି ଉଡ଼ାଯାଇଥାଏ । ତେଣୁ ଏହାକୁ ଫ୍ଲାଗ୍ ଅନଫର୍ଲିଙ୍ଗ୍ କୁହାଯାଏ ।

Comments are closed.