ଗଣତନ୍ତ୍ର ଦିବସ ଆଉ ସ୍ୱାଧୀନତା ଦିବସରେ କରାଯାଉଥିବା ପତାକା ଉତ୍ତୋଳନ ମଧ୍ୟରେ ଅନ୍ତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗଣତନ୍ତ୍ର ଦିବସ ପାଖେଇ ଆସୁଛି ଯାହା ପାଇଁ ଏବେ ଠାରୁ ସବୁ ଆଡେ ଖୁବ ଜୋରସୋର ଆୟୋଜନ ମଧ୍ୟ ଆରମ୍ଭ ହୋଇଗଲାଣି । ଏହା ସହିତ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ମଧ୍ୟ ସ୍ଥିର ହୋଇ ଯାଇଛି ।

ତେବେ ପତାକା ଉତ୍ତୋଳନ କରିବା ହେଉକି ପତାକା ଉଡାଇବା ଏହାକୁ ନେଇ ଅନ୍ତର ରହିଛି । ଯାହା ଖୁବ କମ ଲୋକଙ୍କୁ ଜଣା । ମୁଖ୍ୟତଃ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରନ୍ତି । ଆଉ ଜାନୁୟାରୀ ୨୬ ତାରିଖରେ ରାଷ୍ଟ୍ରପତି ପତାକା ଉଡାଇଥାନ୍ତି । ଏହି ଦୁଇଟି ଦିବସ ମଧ୍ୟରେ ଅନ୍ତର ରହିଛି । କିନ୍ତୁ ଏହା ସମସ୍ତଙ୍କୁ ଜଣା ନଥାଏ । ତେବେ ଆସନ୍ତୁ ଜାଣିବା ଏହା ଭିତରେ କଣ ରହିଛି ଫରକ ।

ସୂଚନାମୁତାବକ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଲାଲକିଲାରୁ ପତାକା ଉତ୍ତୋଳନ କରନ୍ତି । ଉତ୍ତୋଳନ ସମୟରେ ପତାକା ସହିତ ସଯୁକ୍ତ ହୋଇ ରହିଥିବା ଏକ ଦଉଡି ଟଣାଯାଏ । ଏହା ଦ୍ୱାରା ଦଉଡି ତଳୁ ଉପରକୁ ଯାଏ ଏବଂ ପତାକା ଖୋଲା ଆକାଶରେ ଉଡିବାର ଆମେ ଦେଖିଛନ୍ତି । ଏହାକୁ ଇଂରାଜୀରେ ଫ୍ଲାଗ ହୋଷ୍ଟିଙ୍ଗ(Flag Hoisting) ବୋଲି କୁହାଯାଏ। ସେହିଭଳି ଜାନୁୟାରୀ ୨୬ ରେ କିନ୍ତୁ ରାଷ୍ଟ୍ରପତି ରାଜପଥ ଯାହା ବର୍ତ୍ତମାନର କର୍ତ୍ତବ୍ୟପଥ ରହିଛି ସେଠାରେ ପତାକାକୁ ଉଡାଇଥାଆନ୍ତି । ଯାହାକୁ ଇଂରାଜୀରେ ଫ୍ଲାଗ ଅନଫର୍ଲ(FlagUnfurling) କୁହାଯାଏ ।

Leave A Reply

Your email address will not be published.