ସ୍ୱାମୀର ସମ୍ପତ୍ତି ଉପରେ ସ୍ତ୍ରୀର ରହିଛି ଅଧା ଅଧିକାର: ମାଡ୍ରାସ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସ୍ୱାମୀର ସମ୍ପତ୍ତି ଉପରେ ସ୍ତ୍ରୀର ରହିଛି ଅଧା ଅଧିକାର। ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ। ଜଷ୍ଟିସ କୃଣନ ରାମାସ୍ୱାମୀଙ୍କ ସିଙ୍ଗିଲ ବେଞ୍ଚ କହିଛନ୍ତି କି, ଜଣେ ସ୍ତ୍ରୀ ବିନା ଛୁଟିରେ ୨୪ ଘଣ୍ଟା ଘର ଚଳାଇବାରେ ଲାଗିଥାନ୍ତି । ଏହାସହ ଜଣେ ମହିଳା ପରିବାରର ସମସ୍ତ ଲୋକଙ୍କର ଦେଖା ରଖା କରିଥାଏ । କୋର୍ଟ କହିଛନ୍ତି କି ସ୍ୱାମୀଙ୍କ ଉପାର୍ଜିତ ସମ୍ପତ୍ତିରୁ ସ୍ତ୍ରୀ ଜଣଙ୍କ ଅଧା ଭାଗ ପାଇବାର ହକଦାର । କୋର୍ଟ କହିଛନ୍ତି କି, ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ବିନା ସହଯୋଗରେ କେବେ ବି ରୋଜଗାର କରିପାରିବେ ନାହିଁ । ସମ୍ପତ୍ତି ସ୍ୱାମୀ ନାମରେ କିଣାଯାଇଥାଉ କି ସ୍ତ୍ରୀ ନାମରେ କିଣାଯାଇଥାଉ ହେଲେ ଉଭୟଙ୍କ ଚେଷ୍ଟାରେ ସଞ୍ଚୟ କରାଯାଇଥିବା ଅର୍ଥରେ ସମ୍ପତ୍ତି କିଣାଯାଇଥାଏ । ନିଜର ସ୍ୱାମୀ ଓ ପିଲାମାନଙ୍କ ପାଇଁ ନିଜକୁ ସମର୍ପିତ କରୁଥିବା ଜଣେ ମହିଳାଙ୍କୁ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ।

କୋର୍ଟ କହିଛନ୍ତି କି ଜଣେ ଗୃହିଣୀଙ୍କର ପରିବାର ପ୍ରତି ଥିବା ଯୋଗଦାନକୁ ମାନ୍ୟତା ଦେବାକୁ ଏପର୍ଯ୍ୟନ୍ତ କୌଣସି ଆସି ନାହିଁ । ହେଲେ ଅଦାଲତ ଜଣେ ମହିଳାଙ୍କ ଯୋଗଦାନକୁ ଠିକରେ ବୁଝିଛି । ଏଣୁ ଜଣେ ମହିଳା ତାଙ୍କ ବଳିଦାନ ବଦଳରେ ସ୍ୱାମୀଙ୍କ ସମ୍ପତ୍ତିରୁ ଅଧା ପାଇବାର ହକଦାର । ୧୯୬୫ ମସିହାରେ ବିବାହ କରିଥିବା କାନିଆନ ତାଙ୍କ ପତ୍ନୀଙ୍କ ବିରୋଧରେ ୨୦୧୬ରେ ଏକ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଏହି ଦମ୍ପତିଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିଲେ । ବ୍ୟକ୍ତିଜଣଙ୍କ ୧୯୮୩ ରୁ ୧୯୯୪ ପର୍ଯ୍ୟନ୍ତ ସାଉଦି ଆରବରେ ରହି କାମ କରୁଥିଲେ । ଭାରତରେ ପହଂଚିବା ପରେ କାନିଆନ୍ ଅଭିଯୋଗ କରିଥିଲେ କି ତାଙ୍କ ରୋଜଗାରରେ କିଣାଯାଇଥିବା ସମ୍ପତ୍ତିକୁ ତାଙ୍କ ସ୍ତ୍ରୀ ଦଖଲ କରିଛନ୍ତି । ଏହାସହ ମହିଳାଙ୍କର ଅନ୍ୟଜଣେ ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.