ପୁଟିନଙ୍କ ପାଇଁ ବଢ଼ିଲା ସଙ୍କଟ: ଋଷ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କଲା ଘରୋଇ ସେନା ୱାଗନର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବଢ଼ିଲା ସଙ୍କଟ। ଋଷ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କଲା ଘରୋଇ ସେନା ୱାଗନର । ସେନାର ମୁଖ୍ୟ ୟେଭଗେନି ପ୍ରିଗୋଝିନ ରୁଷ ସେନା ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଯେକୌଣସି ମୁହୁର୍ତରେ ରୁଷରେ ଗୃହଯୁଦ୍ଧ ଆରମ୍ଭ ହେବା ଆଶଙ୍କା ଦେଖାଦେଇଛି । ରୋସ୍ତଭର ସମସ୍ତ ସାମରିକ କାର୍ଯ୍ୟାଳୟ ତାଙ୍କ କବଜାରେ ଥିବା ସେ ଦାବି କରିଛନ୍ତି । ଏବେ ମସ୍କୋରେ ହାଇ ଆଲର୍ଟ ଜାରି କରାଯାଇଛି । ୱାଗନର ପୁଟିନଙ୍କ ବିଶ୍ୱସ୍ତ ସେନା ଅଟେ । ଏପରିକି ୟୁକ୍ରେନ ବିରୋଧରେ ଯେବେ ଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ ଏହି ସେନା ମୁଖ୍ୟ ଭୂମିକା ମଧ୍ୟ ତୁଲାଇଥିଲା । କିନ୍ତୁ କିଛି ମାସ ହେବ ମସ୍କୋର ସାମରିକ ନେୃତ୍ୱତ ସହିତ ତାଙ୍କର ସର୍ମ୍ପକ ତିକ୍ତ ହୋଇଯାଇଛି । ତେଣୁ ରୁଷ ସେନା ବିରୋଧରେ ଯୁଦ୍ଧ ଘୋଷଣା କରିଛ ୱାଗନର ସେନା ।

ରୁଷର ପ୍ରତିରକ୍ଷା ମନ୍ତ୍ରାଳୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ୱାଗନର ଗ୍ରୁପ୍ ପାଖରେ ୨୫ ହଜାର ଯୁଦ୍ଧ ବିମାନ ଥିବା ଦାବି କରାଯାଉଛି । ୟୁକ୍ରେନ ବିରୋଧରେ ରୁଷ ବର୍ଷେରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରଖିଛି । ଏଥିରେ ନିଜ ସୈନ୍ୟଙ୍କ ମୃତ୍ୟୁ ପାଇଁ ପ୍ରତିରକ୍ଷାମନ୍ତ୍ରୀ ସର୍ଗେଇ ଶୋଇଗୁ ଓ ଚିଫ୍ ଅଫ୍ ଜେନେରାଲ ଷ୍ଟେପ ଭାଲେରି ଗେରାସିମୋଗଙ୍କୁ ଦାୟୀ କରିଛନ୍ତି । ସାମରିକ ନେତୃତ୍ୱର ତ୍ରୁଟି ପାଇଁ ସୈନ୍ୟମାନଙ୍କ ଜୀବନ ଯାଉଛି ବୋଲି କହି ୱାଗନର ସେନା ଏବେ ରୁଷ ସେନା ବିରୋଧରେ ଯୁଦ୍ଧ ଘୋଷଣା କରିଛି । ସେପଟେ ୱାଗନର ସେନାର ମୁଖ୍ୟ ପ୍ରିଗୋଝିନ ରୁଷ ସେନା ବିରୋଧରେ ଅଭିଯୋଗ ଆଣିଛନ୍ତି । କ୍ରେମଲିନ ତାଙ୍କର ୨ହଜାର ସୈନିକଙ୍କୁ ହତ୍ୟା କରିଥିବା ସେ କହିଛନ୍ତି । ତେଣୁ ଦେଶର ସମାରିକ ନେତୃତ୍ୱକୁ ହଟାଇବାକୁ ଦାବି କରିଛି ୱାଗନର ସେନା।

Leave A Reply

Your email address will not be published.