ସ୍ବାମୀ, ସ୍ତ୍ରୀ ଝଗଡାରେ ସ୍ତ୍ରୀର ଆତ୍ମହତ୍ଯା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ବାମୀ, ସ୍ତ୍ରୀ ଝଗଡାରେ ସ୍ତ୍ରୀର ଆତ୍ମହତ୍ଯା | ନିଶା ଏପରି ଏକ ଖାଦ୍ଯ ଯାହାଦ୍ବାରା ମଣିଷ ବନିଯାଏ ପିଶାଚ | ଯାହାର ଜ୍ବଳନ୍ତ ଉଦାହରଣ ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ କୁଲଗି ଗାଁରେ ଦେଖାଯାଇଛି | ଗତକାଲି ୨୨ ତାରିଖ ସକାଳ ୧୦ଟା ସମୟରେ ସ୍ବାମୀ ଖେଲାରାମ ଟୁଡୁ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ସ୍ତ୍ରୀ ଗଙ୍ଗା ଟୁଡୁ (୨୦) ଙ୍କ ସହିତ ଝଗଡା କରିଥିଲେ |

ଏହା ଉଗ୍ର ରୂପ ଧାରଣ କରିଥିଲା | ସ୍ତ୍ରୀ ଏହାକୁ ସହ୍ୟ କରି ନ ପାରି ଘର ଖଟ ଉପରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ | ସୂଚନାଯୋଗ୍ୟ, ବିବାହର ୪ ବର୍ଷ ବିତିଯାଇଥିଲେ ମଧ୍ୟ ପାରିବାରିକ ଅଶାନ୍ତି ଲାଗିରହିଥିଲା | ସ୍ବାମୀ ଏବେ ବହଳଦା ଥାନାରେ ଅଟକ ରହିଥିବା ବେଳେ ତାଙ୍କ ଶବର ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଅଣାଯାଇଥିଲା | ତାଙ୍କ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତରଖାନାରେ ଦୁଃଖ ରେ ମିୟମାଣ ହୋଇଥିବାର ଦେଖିବାକୁ ମିଳିଥିଲା |

ସେ ଯାହା ହେଉ, ଶବ ବ୍ୟବଛେଦ କଲାପରେ ଅସଲ ରହସ୍ୟ ଉନ୍ମୋଚନ ହେବ | ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ | ଏ ନେଇ ବହଳଦା ଥାନାରେ କେଶନଂ ୫୧ ରେ ମାମଲା ରୁଜୁ କରାଯାଇଛି | ଏବେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘେରରେ ରହିଛି | ପୋଲିସ ସାକ୍ଷୀ ଓ ଘଟଣାସ୍ଥଳରୁ ମିଳିଥିବା ଉପାଦାନରୁ ଅନୁସନ୍ଧାନ ଜାରି ରଖିଛନ୍ତି | ଏହି ଘଟଣା ନେଇ ବହଳଦାର କୁଲଗି ଗାଁରେ ଦୁଃଖର ଲହରୀ ଖେଳିଯାଇଛି |

Leave A Reply

Your email address will not be published.