ବିଶ୍ୱ ଘରଚଟିଆ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଘରକୁ ଘରଚଟିଆର ଆଗମନ ସର୍ବଦା ଶୁଭ ବୋଲି ବିବେଚନା କରାଯାଏ । ବଗିଚାରେ ହେଉ କିମ୍ବା କ୍ଷେତରେ କିମ୍ୱା ଘରେ କିଚିରିମିଚିରି ଶଦ୍ଦରେ ଚତୁର୍ଦ୍ଦିଗ କମ୍ପାଇଥାଏ । ହେଲେ ଆଉ ଶୁଭୁନି ସେହି କିଚିରିମିଚିରି ଶଦ୍ଦ । ବିଭିନ୍ନ କାରଣରୁ ଲୋପ ପାଇବାକୁ ବସିଲେଣି ଘରଚଟିଆ । ଏପରି ସମୟରେ ବିଲୁପ୍ତ ଘରଚଟିଆଙ୍କ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ 20 ମାର୍ଚ୍ଚରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଏ | ଏହି ଦୁର୍ଲଭ ପକ୍ଷୀର ସୁରକ୍ଷା ପାଇଁ ‘ଇଣ୍ଟରନ୍ୟାସନାଲ ୟୁନିୟନ ଫର୍‌‌ କଞ୍ଜରଭେସନ ଅଫ ନେଚର୍‌‌ ଆଣ୍ଡ ନେଚୁରାଲ ରିସୋର୍ସ’ ପକ୍ଷରୁ ୨୦୧୦ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ଘରଚଟିଆ ଦିବସ’ ଭାବେ ପାଳନ କରାଯାଇ ଆସୁଛି। ଘରଚଟିଆର ସୁରକ୍ଷା ପାଇଁ ଲୋକଙ୍କ ମନରେ ସଚେତନ ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ। ଖୁସିର ବିଷୟ ଗତ କିଛିବର୍ଷ ହେଲା ଏହି ଦିବସ ପାଳନର ସୁଫଳ ମିଳିଛି। କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହାର ସୁରକ୍ଷା ପାଇଁ ଅଗ୍ରସର ହୋଇ ଜନସାଧାରଣଙ୍କୁ ସଚେତନ କରାଇବା ସହ କୃତ୍ରିମ ବସା ନିର୍ମାଣ, ଖାଦ୍ୟ ଓ ଜଳ ଯୋଗାଣ ବ୍ୟବସ୍ଥା କରୁଛନ୍ତି।

ତେବେ ଘରଚଟିଆଙ୍କ ପାଇଁ ଇକୋ-ସିସ୍ ଆକ୍ସନ୍ ଫାଉଣ୍ଡେସନ୍ (ଫ୍ରାନ୍ସ) ଏବଂ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରୀୟ ତଥା ଅନ୍ତର୍ଜାତୀୟ ସଂଗଠନର ସହଯୋଗରେ ଏହା ନେଚର ଫରେଏଭର ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ଏକ ଅନ୍ତର୍ଜାତୀୟ ପଦକ୍ଷେପ ନେଇଥିଲେ । ଏହା ମୁଖ୍ୟତଃ ଘରଟିଆମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପାଳନ କରାଯାଏ । କିନ୍ତୁ ଏଥିରେ ଅନ୍ୟ ସାଧାରଣ ପକ୍ଷୀମାନଙ୍କର ସୌନ୍ଦର୍ଯ୍ୟ ଏବଂ ଜୈବ ବିବିଧତା ମଧ୍ୟ ଅନ୍ତର୍ଭୁକ୍ତ ହୁଏ ଯାହା ଆମ ପରି ସମାନ ସ୍ଥାନ ବାଣ୍ଟିପାରେ ।

ପ୍ରସିଦ୍ଧ ପରିବେଶବିତ୍ ମହମ୍ମଦ ଦିଲୱାର ନାଶିକରେ ଘରର ଘରଚଟିଆଙ୍କ ବିଶେଷ ଯତ୍ନ ନେବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନକୁ ଅଫିସିଆଲ କରିବା ନେଇ ଅନେକ ଆଲୋଚନା ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୦ରେ ପ୍ରଥମ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଗଲା । ଏହା ପରେ ପ୍ରତିବର୍ଷ ଘରଚଟିଆଙ୍କ ହ୍ରାସ ପାଉଥିବା ଜନସଂଖ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ ।

Leave A Reply

Your email address will not be published.