ସୁଧ ଟଙ୍କା ପାଇଁ ତୁମୁଳକାଣ୍ଡ: ସହିଦ ନଗର ଥାନା ଆଗରେ ଚାଲିଗଲା ଯୁବକର ଜୀବନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସୁଧ ଟଙ୍କା ପାଇଁ ତୁମୁଳକାଣ୍ଡ । ଯୁବକଙ୍କୁ ପିଟିଲେ, କାର ଯୋଗେ ଅପହରଣ କରିନେଲେ । ବାଣୀବିହାର ଛକରେ କିଛି ଧସ୍ତାଧସ୍ତି ପରେ ସହିଦନଗର ଥାନାକୁ ଗଲେ ଯୁବକ ଜଣଙ୍କ। ହେଲେ ସେଠାରେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ।

ସହିଦନଗର ଥାନା ପରିସରରେ ବିଚିତ୍ର ପଲେଇଙ୍କ ମୃତୁ କୁ ନେଇ ବଢ଼ୁଛି ସସ୍ପେନ୍ସ..ବିଚିତ୍ର ମରିଗଲେ ନା ତାଙ୍କୁ ମାରିଦେଲେ। ପରିବାର ଲୋକେ ଉଠେଇଛନ୍ତି ଅନେକ ପ୍ରଶ୍ନ। ପୋଲିସ ହତ୍ୟା ଓ ଅପହରଣ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି। ଅପହରଣରେ ବ୍ୟବହୃତ ହୋଇଥିବା ଧଳା ରଙ୍ଗର କାରକୁ ମଧ୍ୟ ଜବତ କରିଛି ପୋଲିସ। ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ତାକୁ ଧରିବା ପାଇ ପୋଲିସ ବିଭିନ୍ନ ଜାଗାରେ ଚଢ଼ଉ କରୁଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବଟକୃଷ୍ଣ ବେହେରା ଓ ନେତ୍ରମଣି ବେହେରା।  ଅଭିଯୁକ୍ତ ଙ୍କ ବିରୋଧରେ ଆଇପିସି ର ଧାରା 302,365,323,341ମାମଲା ରୁଜୁ ହୋଇଛି। ଥାନା ପରିସରରେ ଘଟଣା ଘଟିଥିବାରୁ ଏନ ଏଚ ଆର ସି ଗାଇଡଲାଇନ ଅନୁସାରେ ତଦନ୍ତ କରୁଛି ପୋଲିସ। ଏଜକୁଟିଭ ମାଜିଷ୍ଟ୍ରେଟ ଓ ପରିବାର ଲୋକଙ୍କ ଉପସ୍ଥିତିରେ ପବିତ୍ରଙ୍କ ସବ ବ୍ୟବଛେଦ ହୋଇଛି। 161ଆଧାରରେ ଅଭିଯୁକ୍ତ, ମୃତକଙ୍କ ପରିବାର ଲୋକେ, ପ୍ରତକ୍ଷ ଦର୍ଶୀ ଙ୍କ ବୟାନ ରେକର୍ଡ କରିଛି ପୋଲିସ। ଘଟଣା ସ୍ଥଳରେ ସାଇଁଟଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିଛି।

ଗତକାଲି ରାତି 9.23ମିନିଟରେ ସହିଦନଗର ଥାନା କୁ ବିଚିତ୍ରଙ୍କୁ ବସାଇ 2ଜଣ ଯୁବକ ବାଇକରେ  ଆଣିଥିଲେ । ପରେ 9.25ରେ ବିଚିତ୍ର ମୋବାଇଲରେ କଥା ହଉଥିବା ବେଳେ ଟଳି ପଡ଼ୁଛନ୍ତି… ଏହାପରେ ବଟକୃଷ୍ଣ ଓ ତାଙ୍କ ଭଉଣୀ ସେଠାରେ ପହଞ୍ଚିଥିଲେ। ଏହାପରେ ଥାନା ପରିସରରେ ପ୍ରବଳ ପାଟିତୁଣ୍ଡ ଶୁଭୁ ଥିବାରୁ ଥାନା ଅଧିକାରୀ ଓ କର୍ମଚାରୀ ବାହାରକୁ ଆସି ଦେଖିଥିଲେ ବିଚିତ୍ର ତଳେ ପଡିଛନ୍ତି। ସଙ୍ଗେ ସଙ୍ଗେ ବିଚିତ୍ରଙ୍କୁ ପୋଲିସ ଭ୍ୟାନରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଡାକ୍ତର ବିଚିତ୍ରଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।  ପୋଲିସ ଘଟଣାର ତଦନ୍ତ କରି ଜାଣିବାକୁ ପାଇଛି କି ଟଙ୍କା ନେଣଦେଣ କୁ ନେଇ ଏହି ଘଟଣା ଘଟିଛି। ସେପଟେ ଅଭିଯୁକ୍ତ ନେତ୍ରମଣି ଙ୍କ ସ୍ୱାମୀ କହିଛନ୍ତି ବିଚିତ୍ର ଦୀର୍ଘଦିନ ହେବ 3ଲକ୍ଷ ଟଙ୍କା ନେଇଥିଲେ। ଦେଉନଥିବାରୁ ଗତକାଲି ବିଚତ୍ରଙ୍କୁ ପଟିଆ ଅଞ୍ଚଳରୁ କାର ରେ ବସାଇ ଥାନା କୁ ଆଣିଥିଲେ। ହେଲେ ବାଟରେ ଏଭଳି ଘଟଣା ଘଟିଛି ।ବିଚିତ୍ରର କୌଣସି ରୋଗ ଥିବାରୁ ତାଙ୍କର ମୃତୁ ହୋଇଛି। ତାଙ୍କ ପତ୍ନୀ ନିର୍ଦୋଷ। ପୋଲିସ ସିସିଟିଭି ଫୁଟେଜ ଓ ପ୍ରତକ୍ଷ ଦର୍ଶୀ, ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରୁଛି, ସେପଟେ ବିଚିତ୍ର ଙ୍କ ପୋଷ୍ଟ ମୋଟମ ରିପୋର୍ଟ କୁ ମଧ୍ୟ ଅପେକ୍ଷା କରିଛି ପୋଲିସ। ପୋଷ୍ଟ ମୋଟମ ରିପୋର୍ଟ ଆସିଲେ ଘଟଣାର ସତ ଜଣା ପଡିବ ବୋଲି କହିଛନ୍ତି ଡିସିପି। ଗାଇଡ଼ଲାଇନ ମୁତାବକ ଜୋନ ୫ ଏସିପି ଙ୍କ ବଦଳରେ ଘଟଣାର ତଦନ୍ତ ଭାର ଏସିପି କୃଷ୍ଣଚନ୍ଦ୍ର ପଲେଇଙ୍କୁ ଦିଆଯାଇଛି।

Leave A Reply

Your email address will not be published.