ଶ୍ରୀ ରାମ ଙ୍କ ଉତ୍ସବ ପାଳନ ରେ ବିଭିନ୍ନ ସ୍ଥାନ ରେ ଯୋଗ ଦେଲେ ଯୁବ ସମାଜସେବୀ ମନୋଜ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀ ରାମ ଙ୍କ ଉତ୍ସବ ପାଳନ ରେ ବିଭିନ୍ନ ସ୍ଥାନ ରେ ଯୋଗ ଦେଲେ ଯୁବ ସମାଜସେବୀ ମନୋଜ। ବାସୁଦେବପୁର ଅଯୋଧ୍ୟା ରେ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ବାସୁଦେବପୁର ଉତ୍ସବ ମୁଖର ହୋଇ ଯାଇଛି।

ଗଳି କନ୍ଦି ରେ ସବୁ ମନ୍ଦିର ରେ ପାଳନ କରାଯାଉଛି ଉତ୍ସବ। ଶୋଭାଯାତ୍ରା, ଭଜନ କୀର୍ତ୍ତନ ସହ ପ୍ରସାଦ ସେବନ ଭଳି ବହୁ ଆଡମ୍ବର ରେ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ଏହି ଅବସର ରେ ବିଭିନ୍ନ ସ୍ଥାନ ରେ ବୁଲି ଲୋକ ମାନଙ୍କ ପାଖରେ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ ଯୁବ ସମାଜସେବୀ ତଥା ରାମ ଭକ୍ତ ମନୋଜ ନାୟକ।

ଆଜିର ଦିନ ଏକ ଖୁସି ଓ ଆନନ୍ଦରେ ଦିନ, ସମସ୍ତେ ମନ ଭରି ଖୁସି ମନାନ୍ତୁ ବୋଲି ମନୋଜ କହିଥିଲେ। ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ର ବିଭିନ୍ନ ସ୍ଥାନ ବୁଲି ସମସ୍ତ ଙ୍କ ସହ ମିଶି ଖୁସି ମନାଇ ଥିଲେ ମନୋଜ।

Leave A Reply

Your email address will not be published.