ଶିକ୍ଷକ ସଂଘର କାର୍ଯ୍ୟନିର୍ବାହୀ ସଂସ୍ଥାର ଏକ ସାଧାରଣ ବୈଠକ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ର ଡାକରା କ୍ରମେ ଆଜି କୋରାପୁଟ ଜିଲ୍ଲା ଶିକ୍ଷକ ସଂଘର ଏକ କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟନିର୍ବାହୀ ସଂସ୍ଥାର ଏକ ସାଧାର ବୈଠକ ଅନୁଷ୍ଠିତ । ଜିଲ୍ଲା ଆସୋସିଏସନର ସମସ୍ତ ଆସୋସିଏସନ ଧାରକ, କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ଆସୋସିଏସନର ସମସ୍ତ ସଭାପତି / ସଚିବ ଏବଂ ୟୁନିଅନ ଧାରକ ଏବଂ ଏନ.ପି.ଏସ. ଶିକ୍ଷକ, ଜେଟିସି ଶିକ୍ଷକ ସଂଘ, ଏକ୍ସ-କ୍ୟାଡର ଶିକ୍ଷକ, ଜିଏସ ଶିକ୍ଷକ, ଏମଏଲଏ ଶିକ୍ଷକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବୈଠକ୍ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି, ପୂର୍ବ ବର୍ଷ ଅଗଷ୍ଟ 9 ତାରିଖ ରେ କୋରାପୁଟ ସାଂସ୍କୃତିକ ପରିଷଦ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆନ୍ଦୋଳନ ରେ ସଂଘ୍ ଯାଇଥିଲା।

ଜିଲ୍ଲା ଶିକ୍ଷକ ସଂଘ ର ସଭାପତି ତ୍ରିନାଥ ହରିଜନ ଏବଂ ସମ୍ପାଦକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ୧୪ଟି ବ୍ଲକରୁ ଶହ ଶହ ଶିକ୍ଷକ ଏଥିରେ ଯୋଗ ଦେଇଥିଲେ।ଠିକା ପ୍ରଥା ଉଚ୍ଛେଦ ସହ ନାସନାଲ ଇଂକ୍ରିମେଣ୍ଟ ପ୍ରଦାନ,ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ ଆଦି ତିନି ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।ପୁଣି ଅନ୍ୟ ଏକ ସମାନ ଦାବୀପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରା ଯାଇଥିଲା 2023ଅଗଷ୍ଟ 9ତାରିଖ ରେ।ଜିଲ୍ଲା ଶିକ୍ଷକ ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ର କୁଲଦୀପ ,ଆଞ୍ଚଳିକ ସମ୍ପାଦକ ଗୋପାଳ ମିଶ୍ରଙ୍କ ସମେତ ଜିଲ୍ଲା ଏବଂ ବ୍ଲକ୍ ଶିକ୍ଷକ ସଂଘର ନେତୃବୃନ୍ଦ ଏହି ଶୋଭାଯାତ୍ରା ର ପରିଚାଳନା ତଥା ଆୟୋଜନ କରିଥିଲେ।
କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ୩ଦଫା ଦାବି ରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ମଧ୍ୟରେ ହୋ ହଲା କରିଥଲେ।14ସହ ଶିକ୍ଷକ ଶିକ୍ଷଇତ୍ରୀ ଙ୍କ ମେଳ ରେ ସ୍ୱର ଉତଳନ ରେ ଜିଲ୍ଲାପାଳଙ୍କ ମୁଖ୍ୟ ଫାଟକ ବନ୍ଦ କରିଦେଇଥିଲା ପ୍ରଶାସନ।, କୋରାପୁଟ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟ ଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଲା ଶିକ୍ଷକ ସଂଘ।

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ(ଏୟୁପିଟିଏଫ) ସଭ୍ୟମାନେ ଶୋଭାଯାତ୍ରା କୋରାପୁଟ ସାଂସ୍କୃତିକ ପରିଷଦରୁ ବାହାରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଦେଇ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, କୋରାପୁଟ ସମୁଖରେ ପହଞ୍ଚିବ ଓ ଏୟୁପିଟିଏଫ ନେତୃତ୍ବରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ସେମାନଙ୍କ ଯଥାର୍ଥ ତିନି ଦଫା ଦାବୀ ପୂରଣ ନିମନ୍ତେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଗଣ ଶିକ୍ଷକ ଙ୍କୁ ନିୟମିତ, ଏକ୍ସ କେଡର କୁ ଉଚ୍ଛେଦ, ଓପିଏସ ଲାଗୁ କରାଯାଉ। ଏଭଳି ବିଭିନ୍ନ ଦାବି ପୂରଣ କରିବାରେ ବିଫଳ ହେଇଛନ୍ତି ରାଜ୍ୟ ସରକାର। ତେଣୁ ଆଜି ପୁଣି ପୂର୍ବ ପ୍ରସ୍ତୁତି ର ଆଲଚନା ରେ ନିଷ୍ପତ ନେଲେ ଶିକ୍ଷକ ସଂଘ କୋରାପୁଟ ଜିଲ୍ଲା ପକ୍ଷରୁ। ପୁଣି ଆନ୍ଦୋଳନ କୁ ଓଲ୍ହାଇବେ ।

Leave A Reply

Your email address will not be published.