ତେଲଗୁ ସିନେମା ‘ଏକ୍ସଟ୍ରା ଅଡିନାରୀ ମ୍ୟାନ’ ତେଲୁଗୁ ଚଳଚିତ୍ର ରେ ସ୍ଥାନ ପାଇଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଟିଆ କୁ ନେଇ ପ୍ରଥମେ ଅନୁପ୍ରବେଶ, ପରେ ଭାଷାକୁ ପଙ୍ଗୁ କରିବା ପରେ ଏବେ ଚଳଚିତ୍ରକୁ ଅସ୍ତ୍ର କରିଛି ଆନ୍ଧ୍ରପ୍ରଦେଶ । ଓଡ଼ିଆ ଲୋକଙ୍କୁ ନିଜ ଆଡକୁ ଟାଣିବାକୁ ତୃଣମୂୂଳସ୍ତରରେ ସବୁ ପରୀକ୍ଷାନିରିକ୍ଷରା କରିବା ପରେ ଏବେ ସିନେମା ବା ଚଳଚିତ୍ରକୁ ନିଜର ଆୟୁଧ କରିଛି ଆନ୍ଧ୍ରପ୍ରଦେଶ । ଗତ ଡିସେମ୍ବର ମାସ ୮ ତାରିଖରେ ସିନେମା ଘରକୁ ଆସିଥିବା “ଏକ୍ସଟ୍ରା ଅଡିନାରୀ ମ୍ୟାନ”ରେ ଦେଖିବାକୁ ମିଳିଛି କୋଟିଆର ଷ୍ଟୋରୀ । ସୀମାବିବାଦ, ସ୍ଥାନୀୟ ଲୋକଙ୍କ ଉପରେ କିପରି ଜଣେ ଡ୍ରଗ ମାଫିଆ ଆଖି ପଡିଛି ତାହା ଏହି ସିନେମାରେ ଦେଖିବାକୁ ମିଳିଛି । ଏହି ସିନେମାକୁ ଭେଙ୍କଟମ୍ ଭାମସି ନିର୍ଦ୍ଦେଶନା ଓ ରଚନା କରିଥିବାରେବେଳେ ସୁଧାକାର ରେଡ୍ଡୀ ଓ ନିକିତା ରେଡ୍ଡି ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି । ଏଥିରେ ଦକ୍ଷିଣ ହିରୋ ନିତିନ ଓ ଅଭିନେତ୍ରୀ ଶ୍ରୀଲିଲା ଅଭିନୟ କରିଛନ୍ତି । ୧୫୭ ମିନିଟ ବିଶିଷ୍ଟ ଏହି ସିନେମାଟି ଟିଏଟରରେ ତେଲଗୁ ଭାଷାରେ ବଜାରକୁ ଆସିଥିବାବେଳେ ଓଟିଟି(ଡିସନି- ହଟଷ୍ଟାର)ରେ ତେଲଗୁ ଓ ତାମିଲରେ ବଜାରକୁ ଆସିଛି ।

ସିନେମାରେ ପ୍ରଥମରୁ ଡ୍ରଗ୍ସ ଚୋରା ଚାଲାଣ ଓ ପୁଲିସ ମଧ୍ୟରେ ଛକାପଞ୍ଜା ଦେଖିବାକୁ ମିଳିଥିବାବେଳେ ପରେ ସିନେମାର ୪୪ ମିନିଟ ୦୭ ସେକେଣ୍ଡରେ ହିରୋ ନିତିନ ଅବିନୟ ବା ଅଭି ନାମରେ ଚିରିତ୍ରରେ ରହିଥିବାବେଳେ ଆର. ଶିବ ସିନେମା ପ୍ରଯୋଜକ ଭାବେ ରକି ଭୂମିକାରେ ରହିଛନ୍ତି । ରକି ଓ ଅବିଙ୍କୁ ଏକ ବାସ୍ତବଧର୍ମୀ ସିନେମା କରିବାକୁ ଅଫର ଦେଉଥିବାବେଳେ କୋଟିଆ ସମ୍ପର୍କରେ ବିସ୍ତୃତରେ ଆଲୋଚନା କରୁଛି ରକି । ଆନ୍ଧ୍ର-ଓଡ଼ିଶା ସମୀରେ ଏକ ଛୋଟ ସହର ରହିଛି କୋଟିଆ । ଏହି କୋଟିଆର ଚାରି ପାଖରେ ୧୦ଟି ଗାଁ ରହିଥିବାବେଳେ ସ୍ଥାନୀୟ ଲୋକଙ୍କୁ ଗୋଟିଏ ପାଶ୍ୱରେ ତେଲଗୁ ଭାଷାର ଭଜନ ଓ ଅନ୍ୟ ପାଶ୍ୱରେ ଓଡ଼ିଆ ଭଜନ ଶୁଣିବାକୁ ମିଳିଛି ।

ରକି ହିରୋ ନିତିନଙ୍କୁ ଏହି ଗାଁକୁ ନେଇ ସୁପ୍ରିମକୋର୍ଟରେ ବିଜାର ଚାଲିଥିବା କହିବା ସହ ଦ୍ୱେତ ପରିଚୟପତ୍ର, ଆଧାରକାଡ, ରାସନକାଡ, ଭୋଟର କାର୍ଡ ଓ ଆଧାରକାର୍ଡ ରହିଥିବା କହିଥିଲେ ।ଏହାପରେ ନେରୋ ଚରିତ୍ରରେ ଖଳନାୟକ ଭୂମିକାରେ ରହିଥିବା ସୁଦେବ ନାୟାର କୋଟିଆ ଉପରେ ଆଖି ପକାଇଛି । ସେଠାକୁ ପ୍ରବେଶ କରି ରିସର୍ଟ, ହୋଟେଲ, କାସିନୋ କରିବା ସହ ରାଜଧାନୀ କରିବାକୁ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତ୍ତାଉଛି । ଲୋକେ ଆନ୍ଧ୍ର ନା ଓଡ଼ିଶାର ରାଜଧାନୀ ବୋଲି ପପଚାରିବା ପରେ ଜଣେ ସ୍ଥାନୀୟ ଲୋକଙ୍କ ହାତକୁ କାଟି ସେଠାରେ ଷ୍ଟାମ୍ପ ପେପରରେ ଦସ୍ତଖତ ନେବା ସହ ରକ୍ତରେ ଓରିଆନ(ଙଜଓଇଘ) ଲେଖାଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ପୁଲିସକୁ ଏହିଠାରେ ପଙ୍ଗୁ ବୋଲି ଦର୍ଶାଯାଇଥିବାବେଳେ ଉଭୟ ଲୋକଙ୍କୁ ଏକ କୂପ ମଧ୍ୟରେ ଜଳାଇ ଦିଆଯୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.