ଝରାଡିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ସାହିତ୍ୟ ପ୍ରତିଯୋଗିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝରାଡିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ସାହିତ୍ୟ ପ୍ରତିଯୋଗିତା | ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ ଓ” ସାହିତ୍ୟ ପ୍ରତିଯୋଗିତା ସଙ୍ଗୀତ ଓ ନାଟକ ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଂଜନ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି|ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଯାତ୍ରା ଜଗତର ବିଶିଷ୍ଟ ନାୟକ ଉତ୍ତମ କୁମାର ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଓଡ଼ିଆ ସଂସ୍କୃତିକୁ ବଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ  |ମୁଖ୍ୟବକ୍ତା ଭାବେ ଧଉଳି ଗଣନାଟ୍ୟର କଣ୍ଠଶିଳ୍ପୀ କ୍ରିଷ୍ଣା ଦିଦି ଯୋଗ ଦେଇ ପିତା ମାତାଙ୍କ ଆଶୀର୍ବାଦ ଫଳରେ ସବୁ କିଛି ସଫଳତା ମିଳିଥାଏ ବୋଲି ପ୍ରକାଶ କରିଥିଲେ  |

ସ୍ୱତନ୍ତ୍ର ଅତିଥି ଭାବେ ଚର୍ଚ୍ଚିତ ଖଳନାୟକ ଅଭିମନ୍ୟୁ ପାଢ଼ୀ,ସମ୍ମାନୀୟ ଅତିଥି ଭାବେ ଚରିତ୍ର ଅଭିନେତା ସଞ୍ଜୟ କୁମାର ସାହୁ, ବରିଷ୍ଠ ସଙ୍ଗୀତଜ୍ଞ ଓଁମ୍ କୁମାର, ନୃତ୍ୟ ଗୁରୁ ଉତ୍ତମ କୁମାର ମହାନ୍ତ,ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାଥ ମହାନ୍ତ,ରବି ନାରାୟଣ କୁଅଁର, ଅକିଞ୍ଚନ ବାରିକ ଯୋଗ ଦେଇ ଉତ୍ତମ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ  | ପ୍ରାରମ୍ଭରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ସହିତ ଉଚ୍ଚ ମାଧ୍ୟମିକ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା ପିଜିଟି ଶିକ୍ଷୟତ୍ରୀ ରୁକୁମଣୀ ହେମ୍ବ୍ରମ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ନୋଡାଲ ଅଫିସର ପ୍ରଶାନ୍ତ କୁମାର ମହାନ୍ତ ବିବରଣୀ ପାଠ କରିଥିଲେ  | ଶେଷରେ ଆଲୁମିନି କମିଟିର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ  |

ପରେ ପୁରସ୍କାର ବିତରଣୀ ପର୍ବର ଓଡିଆ ସାହିତ୍ୟ ପ୍ରତିଯୋଗିତାରେ ଓଡ଼ିଆ ଭଜନ ଓ ନାଟକରେ କୃତୀ ପ୍ରତିଯୋଗୀ ପପି ବେହେରା, ଅଙ୍କିତା ନାଏକ, ଖୁସି ସେଠ, ସ୍ନେହା ମହାନ୍ତି,ପୂଜା ନାଏକମାନଙ୍କୁ ଅତିଥିଗଣ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ | ଏଥିରେ ଶିକ୍ଷୟତ୍ରୀ ଦେବକୀ ଗୋପାଲ,ଦିଗୀ ମାର୍ଣ୍ଡି, ଲଷ୍ମୀ ହାଁସଦା, ଦେଓଲା ମାଝୀ, ଧରିତ୍ରୀ ବେହେରା, ସସ୍ମିତା ମୁଣ୍ଡା ଓ ଶିକ୍ଷକ ଧର୍ମସେନ ମାଝୀ, ଗୀତାଞ୍ଜଳି ମହାନ୍ତ ପ୍ରମୁଖ ବିଭିନ୍ନ ପ୍ରକାରର ପ୍ରତିଯୋଗୀ ଆୟୋଜନ କରିଥିଲେ  | ଶେଷରେ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପାଣି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ  | ଶେଷରେ ବିଦ୍ୟାଳୟର କୁଆଁର ମୁର୍ମୁ, ଯତୀନ ମହାନ୍ତ, ବୁଦୁରାମ ଦରେଇ, ସନାତନ ସ୍ୱାଇଁ, ସ୍ୱପ୍ନା ବେହେରା ପ୍ରମୁଖ ସହଯୋଗ କରିଥିଲେ  |

Leave A Reply

Your email address will not be published.