କରଞ୍ଜିଆରେ ଭଞ୍ଜସେନାର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

0

କରଞ୍ଜିଆରେ ଭଞ୍ଜସେନାର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ।  ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭଞ୍ଜସେନାର ୨୬ ତମ ପ୍ରତିଷ୍ଠା ଦିବସ ଆଜି ଏହାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ପୁରା ମୟୁରଭଞ୍ଜ ଜିଲ୍ଲା ପ୍ରତିଷ୍ଠା ଦିବସ ବହୁ ଆଡମ୍ବର ସହିତ ପାଳନ କରୁଥିବା ବେଳେ କରଞ୍ଜିଆ ଠାରେ ମଧ୍ୟ ଅନୁଷ୍ଠାନର ଜିଲ୍ଲା ଉପସଭାପତି ଆଇନଜୀବୀ ମହମ୍ମଦ ଫିରୋଜଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ ମଧ୍ୟ କରିଥିଲେ | ତେବେ ଆଜି ସଖାଳ ୮ଘଟିକା ସମୟରେ କରଞ୍ଜିଆ ଗୋଲେଇ ଠାରେ ଥିବା ମୟୁରଭଞ୍ଜ ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ନେତାଜୀ ଛକରେ ଥିବା ନେତାଜୀଙ୍କ ପ୍ରତି ମୂର୍ତ୍ତିରେ ମଧ୍ୟ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାୟ ୨୦୦ ଜଣ ରୋଗୀଙ୍କ ମଧ୍ୟରେ ଫଳ, ଶୁଖିଲା ଖାଦ୍ୟ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରିୟବ୍ରତ ମହାନ୍ତ, ସୁଭେନ୍ଦୁ ମହାନ୍ତ,ଅଜୟ କୁମାର ପାତ୍ର, ପ୍ରିୟରଞ୍ଜନ ଦାସ, ମଧୁସୂଦନ କେଶରୀ, ଅଭିଜିତ ମହାନ୍ତ, ସୁମନ୍ତ ମହାନ୍ତ ତଥା ସଂଗଠନର ବହୁ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ ଏହି ସଂଗଠନ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସହିତ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ମାଧ୍ୟମରେ ଜିଲ୍ଲାର ଲକ୍ଷାଧିକ ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବାର ଲକ୍ଷ ନେଇ ଦୀର୍ଘ ୨୬ ବର୍ଷ କାଳ କାର୍ଯ୍ୟ କରିଚାଲିଛି। ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କୀଚକେଶ୍ୱରୀ ମନ୍ଦିର ଖିଚି°ର ଉନ୍ନତି ପାଇଁ ସଦାସର୍ବଦା ଦାବି କରିଛି।

Leave A Reply

Your email address will not be published.