ବଡ ଡାଳିମା ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ବଡ ଡାଳିମା ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି | ମୟୂରଭଞ୍ଜ ଜିଲ୍ଲା ର ବିଭିନ୍ନ ପ୍ରାନ୍ଥରୁ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ଭକ୍ତ ଯୋଗଦେଇଥିଲେ | ପ୍ରତ୍ୟୁଷରେ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ସମବେତ ବିନତୀ ପ୍ରାର୍ଥନା, ସଦଗ୍ରନ୍ଥ ପାଠ, ସଙ୍ଗିତାଞ୍ଜଳି ଅନୁଷ୍ଠିତ ହୁଏ | ଘ ୯ ଟା ୨୦ ମି ସମୟରେ ଶ୍ରୀ ଶ୍ରୀ ଠାକୁରଙ୍କ ସୁସଜ୍ଜିତ ରଥ ବିଗ୍ରହ ସହ ସଂକୀର୍ତ୍ତନ ଦଳ ରତନସାହି ବଜାର, ବଡ ଡାଳିମା ବଜାର, ତେଲିସାହି, ବ୍ରାହ୍ମଣସାହି ଓ ପାଟରାସାହି ଦେଇ ଉତ୍ସବସ୍ଥାନ କୁ ପ୍ରତ୍ୟାବର୍ତ୍ତନ କରିଥିଲେ | ଘ୧୧ ୩୦ ମି ସମୟରେ ସତସଙ୍ଗ ଓ ସଦାଲୋଚନା ଆରମ୍ଭ ହୁଏ |

ଏଥିରେ ସତସଙ୍ଗର ସହ ପ୍ରତି ଋତୀକ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ | ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଭିକାରୀ ଚରଣ ସାହୁ (ଯାଜକ), ମୁଖ୍ୟ ବକ୍ତା ଭାବେ ଯାଜପୁରରୁ ଆଗତ ଖିରୋଦ ନାଥ ଶର୍ମା, ସମ୍ମାନିତ ଅତିଥି ଭାବେ ଚିତ୍ତରଂଜନ ଦାସ ( ସ ପ୍ର ଋ), ଜାମସେଦପୁର (ଟାଟା) ରୁ ଆଗତ ଶଙ୍କର ସିଂ (ସ ପ୍ର ଋ) ଉଦବୋଧନ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରୁ ଗୋଲୋକ ବିହାରୀ ଆଚାର୍ଯ୍ୟ (ସ ପ୍ର ଋ), ଦେବେନ୍ଦ୍ର ନାଥ ମହାନ୍ତ (ସ ପ୍ର ଋ), ଲମ୍ବୋଦର ମହାନ୍ତ (ସ ପ୍ର ଋ), କମଳାକାନ୍ତ ମହାନ୍ତ (ଯାଜକ), ପ୍ରଫୁଲ୍ଲ ମହାନ୍ତ, ବୃନ୍ଦାବନ ମହାନ୍ତ, ମନମଥ ମହାନ୍ତ ପ୍ରମୁଖ କର୍ମୀମାନେ ଉପସ୍ଥିତ ଥିଲେ | ସତ୍ୟାନୁସରଣ ପାଠ କରିଥିଲେ ସୁଦୀପ୍ତ କୁମାର ସାହୁ, ନାରୀର ନୀତି ପାଠ କରିଥିଲେ ସୁରଜ କୁମାର ସାହୁ, ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ ସର୍ବଶ୍ରୀ ରାମେଶ୍ବର ସାହୁ, ଜଗଦୀଶ ବେହେରା, ମଳୟ ଦତ୍ତ, ଗଙ୍ଗାଧର ମହାନ୍ତ ପ୍ରମୁଖ | ମୁଖ୍ୟ ବକ୍ତା ଶ୍ରୀ ଶର୍ମା କହନ୍ତି ବର୍ତ୍ତମାନ ଦେଶ ବିଦେଶଠାରୁ ଆରମ୍ଭ କରି ସମାଜ ର ଯେପରି ସ୍ଥିତି ଉପୁଜୁଛି ଏବଂ ଅଶାନ୍ତ ପାରିବାରିକ ଜୀବନ ନଷ୍ଟ ହେବାକୁ ବସିଛି |

ସେଥିପାଇଁ ଗୁରୁଗ୍ରହଣର ପ୍ରୟୋଜନ ଅତ୍ୟନ୍ତ ଆବଶ୍ୟକ | ସମ୍ମାନିତ ଅତିଥିମାନେ ଶ୍ରୀ ଶ୍ରୀ ଠାକୁର ଙ୍କ ଜୀବନୀ ଓ ବାଣୀ ଉପରେ ଗୁରୁତ୍ବ ଆରୋପ କରିଥିଲେ | ସଭାପତିତ୍ବ ଭାଷଣରେ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ କହନ୍ତି ଶ୍ରୀ ଶ୍ରୀ ଠାକୁରଙ୍କ ଭାଷାରେ ଧର୍ମ ଏକ, ଧର୍ମ କେବେହେଲେ ବହୁ ହୁଏନା, ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଧର୍ମକୁ ନେଇ ଯେଭଳି ବିଭେଦ ସୃଷ୍ଟି ହେଉଛି | ସେଥିପାଇଁ ଭାଇଚାରାର ମନ ଦେଇ ଯଦି ଚଲାଯାଏ, ତାହାହେଲେ ବିଶ୍ବଭାତୃତ୍ବ ପ୍ରତିଷ୍ଠା ହୋଇପାରିବ | ପରିଶେଷରେ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ ଶ୍ରୀ ଶ୍ରୀ ଠାକୁରଙ୍କର ଧ୍ବନି ଦେଇ ସତସଙ୍ଗ ସାଙ୍ଗ କରାଯାଇଥିଲା | ପରିଶେଷରେ ସମସ୍ତ ଭକ୍ତ ଆନନ୍ଦବଜାରରେ ପ୍ରସାଦସେବନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରୁ ଏହି କାର୍ଯ୍ୟକ୍ରମରେ ତନୁ ସାହୁ, ମଙ୍ଗଲ ସିଂ ମୁର୍ମୁ, ଅଶୋକ କୁମାର ସାହୁ, ଗୋପୀନାଥ ସାହୁ, ବାସୁଦେବ ମହାପାତ୍ର, ଜନ୍ମେଜୟ ମଣ୍ଡଳ, ଶିରିଶ ଥୟାଲ, ମାଳତୀ ମୁର୍ମୁ ଓ ସଂଜୀବ ଥୟାଲ ପ୍ରମୁଖ ସହଯୋଗ କରିଥିଲେ |

Leave A Reply

Your email address will not be published.