ଓଡ଼ିଶା ଅନ୍ତରୀଣ ବଜେଟ୍ ୨୦୨୪

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା ବିଧାନସଭାରେ ଗୁରୁବାର ଉପସ୍ଥାପିତ ହୋଇଛି ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବଜେଟ୍ ଉପସ୍ଥାପନ କରିଥିଲେ। ଏଥିରେ କୃଷି କ୍ଷେତ୍ର ପାଇଁ ୨୮ ହଜାର ୯୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ। କୃଷି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେଇ ୨୦୨୪-୨୫ ଅନ୍ତରୀଣ ବଜେଟ୍‌ରେ ଏଥିପାଇଁ ୨୮,୯୪୪ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ଯାହା ପୂର୍ବବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ। ଏହି କ୍ଷେତ୍ରର ଲୋକପ୍ରିୟ ଯୋଜନା କାଳିଆ ପାଇଁ ୧୯୩୫ କୋଟି ଦିଆଯାଇଛି।

କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ପାଇଁ ଓୟୁଏଟି ଲାଗି ୧୮୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ଅଧୀନରେ ୪୮୦ କୋଟି ଟଙ୍କା ଦିଆଯାଇଛି। ଜାତୀୟ ଉଦ୍ୟାନ କୃଷି ମିସନ ପାଇଁ ୯୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଫସଲ ଉତ୍ପାଦନ ପରିଚାଳନା ଦିଗରେ ୧୬୧୦ କୋଟି ଟଙ୍କା ଏବଂ କଫି ମିସନ ପାଇଁ ୧୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

କୃଷି ଉପକରଣ ଓ ଡିଜେଲ୍‌ ପମ୍ପ୍ ସେଟ୍‌କୁ ଲୋକପ୍ରିୟ କରିବା ପାଇଁ ପୁଞ୍ଜି ବିନିଯୋଗ ସବ୍‌ସିଡି ବାବଦକୁ ୫୮୨ କୋଟି ଟଙ୍କା ଦିଆଯାଇଥିବା ବେଳେ ସୌର ଜଳନିଧି ଅଧୀନରେ ୨୭୫ କୋଟି ଟଙ୍କା ଦିଆଯାଇଛି। କ୍ଷୁଦ୍ର ଜଳସେଚନ ପାଇଁ ରାଜ୍ୟ ପ୍ରୋତ୍ସାହନ ବାବଦରେ ୪୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୧୫୫ କୋଟି ଟଙ୍କା, କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)କୁ ୫୧ କୋଟି ଟଙ୍କା, ସାର ଓ ବିହନ ପାଇଁ ସୁଧ ମୁକ୍ତ ଋଣର କର୍ପସ ପାଣ୍ଠିକୁ ୨୫୦ କୋଟି ଟଙ୍କା, କୃଷି ଋଣ ଉପରେ ସୁଧ ରିହାତି ପାଇଁ ୮୩୦ କୋଟି ଟଙ୍କା ଦିଆଯାଇଛି।

କୃଷି ଉପକରଣ ଓ ଡିଜେଲ୍‌ ପମ୍ପ୍ ସେଟ୍‌ କିଣିବା ପାଇଁ ପୁଞ୍ଜି ବିନିଯୋଗ ସବସିଡି ବାବଦକୁ ୫୮୨ କୋଟି ଟଙ୍କା ଦିଆଯାଇଥିବାବେଳେ ସୌର ଜଳନିଧି ଅଧୀନରେ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୬୦୦ କୋଟି ଟଙ୍କା, କୁକୁଡ଼ା ବିକାଶ ଯୋଜନା ଅଧୀନରେ ୧୨୫ କୋଟି ଟଙ୍କା, ଦୁଗ୍ଧ ବିକାଶ ଯୋଜନା ପାଇଁ ୧୯୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ସେହିପରି ସମବାୟ ସଂସ୍ଥାକୁ ଆର୍ଥିକ ସହାୟତା ବାବଦରେ ୨୪୬ କୋଟି ଟଙ୍କା, ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଜରିଆରେ ଅଣ ଧାନ ଫସଲ କିଣିବା ପାଇଁ ୧୦୦ କୋଟି ଟଙ୍କା ଏବଂ ସମବାୟ ବାଙ୍କର ଆଧୁନିକୀକରଣ ପାଇଁ ୩୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

Leave A Reply

Your email address will not be published.