ଓ୍ବାଡ ମେମ୍ବର ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବସ୍ତା ଓ୍ବାଡ ମେମ୍ବର ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ସୂଚନା ଅନୁସାରେ ସରକାର ପଞ୍ଚାୟତି ରାଜ ବ୍ୟବସ୍ଥା ରେ ସରପଞ୍ଚ, ସମିତି ସଦସ୍ୟ, ଜିଲ୍ଲାପରିଷଦ, ନାଏବ ସରପଞ୍ଚ ମାନଙ୍କ ର ଭତା ବୃଦ୍ଧି କରିଥିବା ବେଳେ, ଓ୍ବାଡ ମେମ୍ବର ମାନଙ୍କ ର କୈ।ଣସି ଭତା ନାହିଁ।

ସରକାର ଙ୍କ ସମସ୍ତ ଯୋଜନା ସମସ୍ତ କାର୍ଯ୍ୟ କୁ ଓ୍ବାଡମେମ୍ବର ମାନେ ଚାକର ପରି କାର୍ଯ୍ୟ କରୁଥିବା ବେଳେ ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି। ତେଣୁ ଓ୍ବାଡମେମ୍ବର ମାନଙ୍କ ର ମାସିକ ଭତା ୫୦୦୦ କରିବା , ସିଟିଂ ଫି ୧୦୦୦ , ଦୂର୍ଘଟଣା ମୃତ୍ୟୁ ବାବଦ କୁ ୫ ଲଖ୍ଯ,ସମସ୍ତ ପ୍ରକାର ରୋଗର ଖର୍ଚ୍ଚ ବହନ,ସହିତ ଅବସରକାଳୀନ ଭତା ଦେବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ଦାବି ଉଠାଇବା ସଙ୍ଗେ ସଙ୍ଗେ,ଦାବି ପୂରଣ ନହେଲେ ରାଜରାସ୍ତା ଅବରୋଧ ସହିତ ସାଧାରଣ ନିର୍ବାଚନ ବର୍ଜନ କରିବାର ଚେତାବନୀ ଦେଇଛି ସଂଘ।ତତସହିତ ଆଜି ର ସଂଘ ବୈଠକରେ ସର୍ବସମ୍ମତିକ୍ରମେ ବସ୍ତା ବ୍ଲକର ଓ୍ବାଡମେମ୍ବର କମିଟି ମଧ୍ୟ ଘୋଷଣା କରାଯାଇଛି।

ସଭାପତି ଭାବେ ରାଜେଶ କୁମାର ଗିରି, ଉପସଭାପତି ରାଜକିଶୋର ବେହେରା, ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଘୋଷ,ସହ ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଜେନା ଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିବା ବେଳେ, କାର୍ଯ୍ଯକାରୀ ସଭ୍ୟ ଇଶ୍ଵର ଚନ୍ଦ୍ର ସେଠୀ, ସୁକାନ୍ତି ଭକ୍ତା, ସରସ୍ବତୀ ମହାଳିକ,ଅଜିତ କୁମାର ପରିଡ଼ା,ପଞ୍ଚାନନ ସେଠୀ,ଷଡାନନ ବେହେରା ଏବଂ ଧର୍ମାନନ୍ଦ ସୋରେନ୍ ଙ୍କୁ ମନୋନୀତ କରାଯାଇଛି।

Leave A Reply

Your email address will not be published.