କେଶଦୁରାପାଳ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବରରେ ପାଳିତ

କେଶଦୁରାପାଳ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବରରେ ପାଳିତ | କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ସୋମବାର ଦିନ ମା’ମଙ୍ଗଳା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି।

ଏଥିରେ ପ୍ରଥମେ କୁଶେଇ ନଦୀ ଘାଟରୁ କଳସ ପୂଜାପରେ ଶହ ଶହ ସଂଖ୍ୟାରେ ଭକ୍ତ କଳସ ଶୋଭାଯାତ୍ରା ରେ ବାହିରୀ ଗ୍ରାମ ପରିକ୍ରମା କରି ମା’ଙ୍କ ପୀଠ ପର୍ଯ୍ୟନ୍ତ ନେଇଥିଲେ।ପୂଜକ ବୁନ୍ଦାବନ ଶଡ଼ଙ୍ଗି,ଦାସରଥି ଆର୍ଚାର୍ଯ୍ୟ,ଦେବପ୍ରସାଦ ମିଶ୍ରଙ୍କ ଦ୍ୱାରା ସବୁ ରିତିନିତି ଅନୁଯାୟୀ ପୂଜା ଅର୍ଚ୍ଚନା ଚାଲିଥିବା ବେଳେ କର୍ତ୍ତା ଓ କର୍ତ୍ତୀ ଭାବେ କୃଷ୍ଣଚନ୍ଦ୍ର ବିଧାଣୀ ତାଙ୍କ ଧର୍ମ ପତ୍ନୀ ଜମ୍ବୁବତୀ ବିଧାଣୀ, ନୀଳମଣି ଓଝା ଓ ତାଙ୍କ ଧର୍ମପତ୍ନୀ ଜୋତ୍ସାରାଣୀ ଓଝା ପୂଜାରେ ବସିଛନ୍ତି।

ଏଥିରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା,ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୂବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସରପଞ୍ଚ ଓ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ମାଙ୍କ ଆସିଶ ଲାଭ କରିଛନ୍ତି। ଏଥିରେ ଗ୍ରାମର ବହୁ ମହିଳା ଓ ଯୁବକ ମାନେ ଯୋଗ ଦେଇଥିଲେ ।

Comments are closed.