ଖଲଣା ଛକରେ ଟ୍ରକ ଧକ୍କାରେ ଜଣେ ମୃତ ଜଣ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ୨୦ ନମ୍ୱର ଜାତୀୟ ରାଜପଥ ଖଲଣା ଛକ ନିକଟରେ ଟ୍ରକ୍ ଧକ୍କାରେ ଭାଇ ମୃତ ଭଉଣୀ ଗୁରୁତର।

ସୂଚନା ଅନୁଯାୟୀ ଆଜି ଦିନ ୩ଟା ସମୟରେ ରାମଚାନ୍ଦପୁର ଥାନା ଅନ୍ତର୍ଗତ ଶାଳଦେଇ ପଂଚାୟତ ବ୍ରାହ୍ମଣଦା ଗ୍ରାମର ବିଜୟଲକ୍ଷ୍ମୀ ସା (୨୫), ଶୁଭମ୍ ସା (୧୭) ଉଭୟେ ଓ ଡ଼ି ୩୪ ଏଲ ୨୫୭୫ ସ୍କୁଟି ଯୋଗେ ସାଇଁକୁଳ ବଜାରକୁ ଆସୁଥିବା ବେଳେ ଖଲଣା ଛକ ନିକଟରେ ଯାଜପୁର ପାର୍ଶ୍ବରୁ ଆସୁଥିବା ଏକ ଟ୍ରକ୍ ସ୍କୁଟି ପଛପଟୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁର୍ଘଟଣା ରେ ଆହତଙ୍କୁ ଅଟୋ ଯୋଗେ ସାଇଁକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ଶୁଭମ୍ ସା ଙ୍କୁ ମୃତ ଘୋଷଣା କରିଛନ୍ତି। ବ୍ରାହ୍ମଣଦା ଗ୍ରାମର ବିଦ୍ୟାଧର ସାଙ୍କ ଦଶମ ଶ୍ରେଣୀରେ ପାଠପଢୁଥିବା ଏକ ମାତ୍ର ପୁଅ ଶୁଭମଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.