ଜିଲ୍ଲାର ୨୬ ଟି ବ୍ଲକର ଟପ୍ପର ବାଳିକା କୃତି ଛାତ୍ରୀଙ୍କୁ ଜିଲ୍ଲା ସ୍ତରରେ ସମ୍ୱର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରରେ ଥିବା ସଦଭାବନା ସଭା ଗୃହରେ ମୟୁରଭଞ୍ଜ ଜିଲ୍ଲାରେ କୃତ କାର୍ଯ୍ୟ ହାସଲ କରିଥିବା ବାଳିକା ମାନଙ୍କୁ ସମ୍ମାନିତ କରା ଯାଇଥିଲା | ଏମାନଙ୍କ ମଧ୍ୟରେ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଭାଗର ପରୀକ୍ଷା ୨୦୨୩ (CHSE ) ରେ ବ୍ଲକ ସ୍ତରରେ ବାଳିକା ମାନଙ୍କ ମଧ୍ୟରେ ଟପ୍ପର ହୋଇଥିବା ବାଳିକା ମାନଙ୍କୁ ବେଟି ବଚାଓ ବେଟି ପଢ଼ାଓ ଅଧୀନରେ ମାନପତ୍ର, ଟ୍ରଫି ଏବଂ ଅର୍ଥ ରାଶି ଦେଇ ସମ୍ମାନିତ କରାଯାଇଥିଲା ଏଥିରେ ଜିଲ୍ଲାର ୨୬ ଟି ବ୍ଲକ ର ଟପ୍ପର ବାଳିକା ମାନେ ଉପସ୍ଥିତ ଥିଲେ |

ସେହିପରି ନୂଆଦିଲ୍ଲୀ ରେ ଅନୁଷ୍ଠିତ ଜାତୀୟ ସ୍କୁଲ ପାଇପ ବ୍ୟାଣ୍ଡ ପ୍ରତିଯୋଗିତା ରେ ଭାଗ ନେଇ ବାଳିକା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଠାକୁରମୁଣ୍ଡା ବ୍ଲକ ପଡିଆବେଡା ପଞ୍ଚାୟତ ଦ୍ରୋପଦୀ ଉଚ୍ଚ ବିଦ୍ୟାଳୟ ର ବାଳିକା ଦଳ କୁ ବିଜୁ କନ୍ୟା ରତ୍ନ ଯୋଜନା ଅଧୀନରେ ସମ୍ମାନିତ କରାଯାଇଛି | କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଉପସ୍ଥିତ ରହି ବାଳିକା ମନକୁ ସମ୍ମାନିତ କରିଥିଲେ | ଜିଲ୍ଲାପାଳ ଶ୍ରୀ ଠାକରେ ବାଳିକା ମାନେ କିପରି ପାଠ ପଢି ଆଗକୁ ଯାଇ ପାରିବେ ଏବଂ ସେଥିପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି କହିଥିଲେ | ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ସଭା ପରିଚାଳନା କରିଥିଲେ |

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୁର୍ଣ ଚନ୍ଦ୍ର ସେଠି, ସମଗ୍ର ଶିକ୍ଷା ର ବାଳିକା ଶିକ୍ଷା ସଂଯୋଜକ ଶ୍ରୀ ସପନ କୁମାର ପୃଷ୍ଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମ କର୍ତା, ବାଳିକା ମାନଙ୍କ ସହିତ ସେମାନଙ୍କର ଅଭିଭାବକ ଓ ଵିଦ୍ୟାଲର ର ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ | ସମାଜରେ କନ୍ୟା ସନ୍ତାନ ମାନଙ୍କ ପ୍ରତି ଥିବା ଅବହେଳାତ୍ମକ ଚିନ୍ତା ଧାରା କୁ ଦୁରେଇ କନ୍ୟା ମାନଙ୍କୁ କିପରି ସମାନ ଅଧିକାର ପ୍ରଦାନ କରାଯିବ ଏହା ଏକ ପ୍ରୟାସ | କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୁର୍ଣ ଚନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.