ପୋଷ୍ଟାଲ ବାଲଟ ମତଦାନକୁ ଅଧିକରୁ ଅଧିକ ସୁଦୃଢ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ୨୦୨୪ରେ ପୋଷ୍ଟାଲ ବାଲଟ ମତଦାନକୁ ଆହୁରି ଅଧିକ ରୁ ଅଧିକ ସୁଦୃଢ କରିବା ପାଇଁ, ମୟୂରଭଞ୍ଜ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛି | ଏହି ପରିପ୍ରେକ୍ଷୀରେ, ଅତିରିକ୍ତ ଜିଲ୍ଲାପାଳ ତଥା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଫିସର ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଜରୁରୀକାଳୀନ ନୋଡାଲ ଅଫିସର ମାନଙ୍କର ଏକ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇଛି |

ବିଭିନ୍ନ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନେ କିପରି ନିର୍ଦ୍ବନ୍ଦରେ ଏହି ନିର୍ବାଚନ ପର୍ବରେ ପୋଷ୍ଟାଲ ବାଲଟ ଦ୍ୱାରା ସାମିଲ ହୋଇ ପାରିବେ, ସେ ବିଷୟରେ ଶ୍ରୀ ମଲ୍ଲିକ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ | ଶ୍ରୀ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ସେବା ଓ ଗଣମାଧ୍ୟମ ସଂସ୍ଥା ମାନଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଏସେନସିଆଲ ସର୍ଭିସ ବା ଆବଶ୍ୟକୀୟ ସେବାରେ କାର୍ଯ୍ୟରତ ଅଟନ୍ତି ଏବଂ ମତଦାନ ଦିନ ଏମାନଙ୍କ ଦାୟିତ୍ୱ ଅଧିକ ରହୁ ଥିବାରୁ, ଏହି କର୍ମଚାରୀ ମାନେ ଆମ ଜିଲ୍ଲାରେ କିଭଳି ପୋଷ୍ଟାଲ ବାଲଟ ମାଧ୍ୟମରେ ମତଦାନ କରିବେ ସେ ଦାୟିତ୍ୱ, ଜିଲ୍ଲାରେ କାର୍ଯ୍ୟରତ ସେହି ବିଭାଗ ଅଧିକାରୀ ତଥା ନୋଡାଲ ଅଫିସରଙ୍କ ତତ୍ୱାବଧାନରେ ହେବ | ଏହି ପୋଷ୍ଟାଲ ବାଲଟ ବ୍ୟବସ୍ଥାରେ ଗାଡି ଚାଳକ ଏବଂ ଯାନବାହାନରେ କାର୍ଯ୍ୟରତ ସମସ୍ତଙ୍କୁ ମଧ୍ୟ ଏଥର ସାମିଲ କର ଯାଇଛି |

ନିର୍ବାଚନ କମିଶନଙ୍କ ସୂଚନାନୁଯାୟୀ, ଏହି ପୋଷ୍ଟାଲ ବାଲଟରେ ମତଦାନ କରିବାକୁ ଥିବା ବ୍ୟକ୍ତି ମାନେ ସେହି ବିଭାଗୀୟ ଅଧିକାରୀ ମାଙ୍କୁ ୧୨-ଡ଼ି (୧୨-D) ଫର୍ମ ପୁରଣ କରି ପଠାଇବେ | ଏବଂ ସେମାନଙ୍କର EPIC କାର୍ଡ ବା ନିର୍ବାଚନ ଫଟୋ ପରିଚୟ କାର୍ଡ ଥିବା ନିହାତି ଆବଶ୍ୟକ | ସବୁଠାରୁ ସୁରକ୍ଷିତ ଏବଂ ସବୁଠାରୁ ଦାୟିତ୍ୱର ସହିତ ଏହି କାର୍ଯ୍ୟକୁ ସମ୍ପାଦନା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ସମସ୍ତ ଅଧିକାରୀ ମାନଙ୍କୁ କହିଥିଲେ | ଏହି ବୈଠକରେ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ବିସ୍ବରାଜ ବେହେରା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଅଭୟ କୁମାର ଦାଶ, ଅଗ୍ନିଶମ ଅଧିକାରୀ ଶ୍ରୀ ଭବେନ୍ଦ୍ର ଦେଙ୍କ ସମେତ ଟିପିଏନଓଡ଼ିଏଲ ର ମୁଖ୍ୟ ଯନ୍ତ୍ରୀ, ପ୍ରମୁଖ ଉପସ୍ଥିତ ଥିବା ସୂଚନା ପ୍ରାପ୍ତ |

Leave A Reply

Your email address will not be published.