ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ତାରିଖ ଘୋଷଣା ପରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ରାଜନୈତିକ ଦଳ । ନିକଟରେ ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ 19 ତାରିଖରେ 21ଟି ରାଜ୍ୟରେ 102ଟି ଆସନରେ ଭୋଟ ଗ୍ରହଣ କରାଯିବ । ଏହି ସିଟ୍ ପାଇଁ ମାର୍ଚ୍ଚ 27 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏହାପରେ ମାର୍ଚ୍ଚ 28 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥୀମାନେ ଚାହିଁଲେ ମାର୍ଚ୍ଚ 30 ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । କିନ୍ତୁ ବିହାରରେ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ସୀମା ଗୋଟିଏ ଦିନ ବୃଦ୍ଧି କରାଯାଇଛି । ହୋଲି ରହିଥିବାରୁ 28 ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।

ସେହିପରି ବିହାରରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ଏପ୍ରିଲ 2 ରଖାଯାଇଛି। 19 ଏପ୍ରିଲରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ4ରେ ପ୍ରକାଶ ପାଇବ ରେଜଲ୍ଟ । ୧୮ତମ ଲୋକସଭା ପାଇଁ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରେ ହେବାକୁ ଥିବାବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ, ୭ ମେ’ରେ ତୃତୀୟ, ୧୩ ମେ’ରେ ଚତୁର୍ଥ, ୨୦ ମେ’ରେ ପଞ୍ଚମ, ୨୫ ମେ’ରେ ଷଷ୍ଠ ଏବଂ ଜୁନ୍ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାନ ନିର୍ବାଚନ ହେବ। ଜୁନ ୪ରେ ଏକାଠି ସମସ୍ତ ସାତ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.