କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ହୃଦରୋଗରେ ଦେହାନ୍ତ

0
କନ୍ନଡ ସୁପରଷ୍ଟାର ତଥା ମାଟିନି ପ୍ରତିମା ରାଜକୁମାରଙ୍କ ପରିବାରର ସାନ ପୁଅ ପୁନିତ ରାଜକୁମାରଙ୍କ 46 ବର୍ଷ ବୟସରେ ଦେହାନ୍ତ ହୋଇଛି। ଜଣେ ଫିଟନେସ୍ ପ୍ରେମୀ ଭାବେ ସେ ଜିମରେ ହୃଦଘାତରେ ପୀଡିତ ହୋଇ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଆଇସିୟୁରେ ଜରୁରୀକାଳୀନ ଚିକିତ୍ସା କରାଯାଇଥିଲା ଏବଂ କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସକାଳ 11.30 ରେ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଅଭିନେତା ପୁନିତ ରାଜକୁମାରଙ୍କୁ ବାଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ଯଥାସମ୍ଭବ ଚେଷ୍ଟା କରିଥିଲେ I ହେଲେ ତାଙ୍କୁ ବଞ୍ଚାଇ ପାରିନଥିଲେ I
ପୁନିତ 1976 ମସିହାରେ ତାଙ୍କ ପିତାଙ୍କ ଚଳଚ୍ଚିତ୍ର ପ୍ରେମଡା କାନିକେରେ ଶିଶୁ କଳାକାର ଭାବରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ସେ ମାତ୍ର ଏକ ବର୍ଷରୁ କମ୍ ଥିଲେ। ଏହା ପରେ ପରବର୍ତ୍ତୀ 13 ବର୍ଷ ଯାଏଁ ସେ ଦୁଇ ଡଜନରୁ ଅଧିକ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ I 1985ରେ ବେଟାଡା ହୁଭୁ ଚଳଚିତ୍ର ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ I ସେତେବେଳେ ତାଙ୍କୁ ମାତ୍ର 10 ବର୍ଷ ହୋଇଥିଲା I

Leave A Reply

Your email address will not be published.