ଦିଲ୍ଲୀରେ ବଦଳିଲା ୧୨ ବର୍ଷର ସରକାର, ବିଜେପିକୁ ମିଳିଲା ଏକକ ସଂଖ୍ୟାଗରିଷ୍ଠତା

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ବଦଳିଲା ୧୨ ବର୍ଷର ସରକାର, ବିଜେପିକୁ ମିଳିଲା ଏକକ ସଂଖ୍ୟାଗରିଷ୍ଠତା। ଦୀର୍ଘ ୨୭ ବର୍ଷ ପରେ ସରକାର ଗଢିବାକୁ ସକ୍ଷମ ହୋଇଛି ବିଜେପି ଆଉ ମାଟି କାମୁଡି ପଡିଛି ୧୨ ବର୍ଷର ଆପ୍ ସରକାର। ଜନଶକ୍ତି ଗୋଟେ ଦଳ ହାତରୁ କ୍ଷମତା ଛଡାଇ ନେଇ ଅନ୍ୟ ଏକ ଦଳକୁ ଦେଇଛନ୍ତି। ଦିଲ୍ଲୀବାସୀ ୧୫ ବର୍ଷ କଂଗ୍ରେସକୁ କ୍ଷମତା ଦେଇଥିଲେ, ପରେ ଆମ୍ ଆଦମୀ ପାର୍ଟିକୁ ୧୨ ବର୍ଷ ଏବଂ ଏବେ ବିଜେପିକୁ ଆଗାମୀ ୫ ବର୍ଷ ପାଇଁ ଶାସନ ଭାର ଦେଇଛନ୍ତି। ତେଣୁ ନା ବିଜେପି, ନା କଂଗ୍ରେସ ନା ଆପ୍ ନା ଅନ୍ୟ କୌଣସି ଦଳ କେହି ବି ଲୋକଶକ୍ତି ଠାରୁ ବଡ ନୁହଁନ୍ତି। ଏମିତି କି ବଡ ବଡ ନେତା ବି ସରକାର ଗଠନରେ ଏତେ ବଡ ଭୂମିକା ନିଅନ୍ତିନି ଯାହା ଲୋକଙ୍କ ହାତରେ ଥାଏ। ଲୋକଙ୍କ ଆଶୀର୍ବାଦ ଯିଏ ପାଇଲା ସିଏ ଜିତିଲା, ଯିଏ ନପାଇଲା ସିଏ ପସ୍ତେଇଲା।

ଦିଲ୍ଲୀ ନିର୍ବାଚନରେ ବିଜେପିକୁ ବହୁମତ ମିଳିଥିବା ବେଳେ ୪୮ ଆସନ ଜିତି ସରକାର ଗଢିବାକୁ ସକ୍ଷମ ହୋଇଛି ବିଜେପି। ସେପଟେ ଆପ୍ ୨୨ ଆସନ ଜିତି ହାଟ୍ରିକ୍ ସରକାର ଗଢିବା ସ୍ବପ୍ନଠୁ ଦୂରେଇ ରହିଛି ଆଉ କଂଗ୍ରେସ ଗୋଟେ ବି ଖାତା ଖୋଲି ପାରିନି। ଖାଲି ଦିଲ୍ଲୀ ନୁହେଁ ଭାରତର ବିଭିନ୍ନ ରାଜ୍ୟରେ ଲୋକଙ୍କ ଶକ୍ତି ହିଁ ସରକାର ବଦଳାଇଦିଏ । ଜନତାଙ୍କ ରାୟ ଆଗରେ ସବୁ କିଛି ଫେଲ୍ ମାରେ । କାମ କରେନି କଳ ବଳ କୌଶଳ।

Leave A Reply

Your email address will not be published.