ୟୁକେ ଗସ୍ତ ପାଇଁ ଯିବାକୁ ଥିବା ଭାରତୀୟ କନିଷ୍ଠ ମହିଳା ହକି ଦଳ‌ରେ ୩ ଓଡ଼ିଆ

0

ଓଡ଼ିଆ ନ୍ୟୁଜ୍: ୟୁକେ ଗସ୍ତ ପାଇଁ ଯିବାକୁ ଥିବା ଭାରତୀୟ କନିଷ୍ଠ ମହିଳା ହକି ଦଳ‌ରେ ୩ ଓଡ଼ିଆ। ଓଡ଼ିଶାରୁ ୪ ଜଣ ହର୍ଷରାଣୀ ମିଞ୍ଜ, ପୂଜା ସାହୁ, ତନୁଜା ଟୋପ୍ପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ଦଳର ନେତୃତ୍ବ ଭାର ଖାଇଡେମ ଶିଲେଇମା ଚାନୁଙ୍କୁ ମିଳିଛି। ଆଗାମୀ କନିଷ୍ଠ ଏସିଆ କପ୍‌ ପ୍ରସ୍ତୁତି ଲାଗି ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ୯ ଦିନିଆ ଏହି ଗସ୍ତରେ ଭାରତ ମୋଟ ୭ଟି ମ୍ୟାଚ୍‌ ଖେଳିବ।

ପ୍ରଥମେ ସ୍କଟଲାଣ୍ଡ ବରିଷ୍ଠ ଦଳ ସହ ୨ ମ୍ୟାଚ୍‌ ଖେଳିବା ପରେ ଆମେରିକା, ଇଂଲଣ୍ଡ ଓ ବେଲ୍‌ଜିମୟମ୍‌ କନିଷ୍ଠ ଦଳ ବିପକ୍ଷରେ ଅନ୍ୟ ୫ ମ୍ୟାଚ୍‌ ଖେଳି ଗସ୍ତ ଶେଷ କରିବ। ଭାରତୀୟ କନିଷ୍ଠ ମହିଳା ଦଳ: ଗୋଲି-ନିଧି, ଇଙ୍ଗିଲ ହର୍ଷରାଣୀ ମିଞ୍ଜ, ଡିଫେଣ୍ଡର- ପୂଜା ସାହୁ, ସୁପ୍ରିୟା, ମଧୁ, ଏଫ୍‌ ଲାଲବି ଅକ୍‌ସିଆମି, ପାର୍ବତୀ ଟୋପ୍ନୋ, ମିଡ୍‌ଫିଲ୍ଡର-ଖାଇଡେମ ଶିଲେଇମା ଚାନୁ (ଅଧିନାୟକ), ତନୁଜା ଟୋପ୍ପୋ, ସୁପ୍ରିୟା କୁଜୁର, ପୂଜା ମଲ୍ଲିକ, ବିନିମା ଧାନ, ଗୀତା ଯାଦବ, ରୋଶନୀ ଐନ୍ଦ, ତନୁଶ୍ରୀ ଦିନେଶ କାଡ଼ୁ, ଫରୱାର୍ଡ- ସୁଖବୀର କୌର, ଶଶି ଖାସା, ଲାଲରିନପୁଲି, ନିଶା ମିଞ୍ଜ, ପୂର୍ଣ୍ଣିମା ଯାଦବ, କ୍ରିଷ୍ଣା ଶର୍ମା, କାଜଲ, ସନିକା ଚନ୍ଦ୍ରକାନ୍ତ। ମାନେ,

Leave A Reply

Your email address will not be published.