ଗଞ୍ଜେଇ ଜବତ ମାମଲାରେ ୩ ଜଣଙ୍କୁ କୋର୍ଟ ଚାଲାଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜେଇ ଜବତ ମାମଲାରେ ୩ ଜଣଙ୍କୁ କୋର୍ଟ ଚାଲାଣ| ବେଆଇନ ଗଞ୍ଜେଇ ଜବତ ମାମଲାରେ ଆଜି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବାରିପଦା ଟାଉନ ଥାନା ପୋଲିସ।

ଯୁବକ ମାନେ ହେଲେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲା ଅଧିନସ୍ଥ କ୍ରିଷ୍ଣାଗଞ୍ଜ ଥାନା ନାଲୁପୁର ଅଂଚଳର ରାମପ୍ରସାଦ ରୟ (୪୦), ଧରମପୁର ଅଂଚଳର ପୁଲକିତ ବିଶ୍ବାସ ଏବଂ ମିଥୁନ ସରକାର।ସୂଚନା ଅନୁସାରେ ସୋମବାର ବାରିପଦା ସ୍ଥିତ କଚେରୀ ରୋଡ ଠାରେ ଥିବା କଲିକତା ବସଷ୍ଟାଣ୍ଡ ନିକଟରେ ୩ ଜଣ କଲିକତା ଯିବା ପାଇଁ ଅପେକ୍ଷା କରିଥିଲେ। ତେବେ ସେମାନେ ଗଞ୍ଜେଇ ନେଉଥିବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇଥିଲା ପୋଲିସ।

ଖବର ପାଇ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚଢାଉ କରା ଯାଇଥିଲା। ଚଢାଉ ଏ ତିନିଜଣଙ୍କ ନିକଟରୁ ୨୩ କିଲୋ ଗଞ୍ଜେଇ ଜବତ କରିଥିଲା ପୋଲିସ। ଗଞ୍ଜେଇ ଜବତ ହେବାପରେ ତିନିଜଣଙ୍କୁ ପୋଲିସ ଗିରଫ କରିଥିଲା। ଆଜି ତିନି ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଛି। ତେବେ ଏମାନେ ଗଞ୍ଜେଇ କେଉଁଠାରୁ ଆଣିଲେ ଏବଂ କେଉଁଠାକୁ ନେଉଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ଟାଉନ ଥାନା ଅଧିକାରୀ ସୁମିତ କୁମାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.