ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପବିତ୍ର ସାଉଁନ୍ତାଙ୍କୁ ଟିକଟ୍ ଘୋଷଣା କଲା କଂଗ୍ରେସ ଦଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପବିତ୍ର ସାଉଁନ୍ତାଙ୍କୁ ଟିକଟ୍ ଘୋଷଣା କଲା କଂଗ୍ରେସ ଦଳ | ସମସ୍ତ କଳ୍ପନା ଜଳ୍ପନା ଅବସାନ ଘଟି ଶେଷରେ ଜାତୀୟ କଂଗ୍ରେସ ଦଳ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପବିତ୍ର ସାଉଁନ୍ତାଙ୍କ ଉପରେ ଭରସା କରି ଟିକଟ୍ ଘୋଷଣା କରିଥିବାରୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଲକ୍ଷ୍ମୀପୁର ସ୍ଥିତ ବାସଭବନରେ ଶୁଭେଚ୍ଛା ସୁଅ ଛୁଟିଥିଲା।

କଂଗ୍ରେସ ଦଳର ବିଧାୟକ ଟିକଟ୍ ଘୋଷଣା ପରେ କଂଗ୍ରେସ ଦଳ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ଏହା ପରେ ପରସ୍ପର ମଧ୍ୟ ମିଠା ଖୁଆଇ ମିଠା ବାଣ୍ଟି ବାଜା ବଜାଇ ବାଣ ଫୁଟାଇ ସମର୍ଥକ ନାଚି ନାଚି ପ୍ରଥମେ ଓଡ଼ିଶାର ସାଢେ଼ ଚାରି କୋଟି ଜନସାଧାରଣଙ୍କ ଆରାଧ୍ୟା ଦେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଯାଇ ପୂଜା ଅର୍ଚ୍ଚନା ଶୋଭାଯାତ୍ରା ବାହାରି ଲକ୍ଷ୍ମୀପୁର ସ୍ଥିତ ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପବିତ୍ର ସାଉଁନ୍ତା ରାଜ୍ୟ ସରକାର ୨୫ ବର୍ଷ ଯେଉଁ ଭଳି ଦୁର୍ନୀତି କରି ଓଡ଼ିଶା ବାସୀଙ୍କୁ ପ୍ରତାରଣା ଦେବା ସହ ନାରୀ ନିର୍ଯ୍ୟାତନା ଦେଇଚାଲିଛନ୍ତି ଏବଂ କେନ୍ଦ୍ର ସରକାର ଯେଉଁ ଭଳି ଭାବେ ଦରଦାମ ବଢାଇ ଚାଲିଛନ୍ତି ବେକାରୀ ସମସ୍ୟା ଏଠାରେ କୈାଣସି ନିଯୁକ୍ତି ନାହିଁ ବର୍ଷିବା ସହ କଂଗ୍ରେସ ସରକାର ଆସିଲେ ଆମେ ଯେଉଁ ୯ ଟି ଗ୍ୟାରେଣ୍ଟି ପ୍ରସ୍ତାବ ଦେଇଛୁ ତାହା ପ୍ରଥମେ କାର୍ଯ୍ୟକରି ଦେଖାଇବୁ ବୋଲି ପବିତ୍ର ସାଉଁନ୍ତା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.