ବିଜେପିର ଘୋଷିତ ପ୍ରାର୍ଥୀତ୍ୱକୁ ବିରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେପିର ଘୋଷିତ ପ୍ରାର୍ଥୀତ୍ୱକୁ ବିରୋଧ।ବିଜେପି ଅଫିସରେ ତାଲା। ଆଜି ବିଜେପି ତରଫରୁ ବାଲେଶ୍ୱର ଜିଲ୍ଲା ସୋର ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଧାମନଗରର ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ କମିଟି।ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା ହେବା ପରେ ସୋର ବିଜେପି କର୍ମୀମହଲରେ ଉତ୍ତେଜନା ପ୍ରକାଶ ପାଇବା ସହିତ ତାଙ୍କର ପ୍ରାର୍ଥୀତ୍ୱକୁ ତୀବ୍ର ବିରୋଧ କରାଯାଇଛି ।

ଏହି ଉପଲକ୍ଷେ ଆଜି ଅପରାହ୍ଣରେ ବରଫକଳଛକ ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାକେଶ ମଲ୍ଲି୍‌କଙ୍କ ଆବାହକତ୍ୱରେ ଏକ ବୈଠକ ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ନେତା ରବୀନ୍ଦ୍ର କୁମାର ଜେନା, ମୃତ୍ୟୁଞ୍ଜୟ ଜେନା, ପାରିଷଦ ରଂଜନ ଦାସ, ସସ୍ମିତା ଦାସ, ବିକ୍ରମ କୋଶରୀ ମହାପାତ୍ର, କମଳାକାନ୍ତ ଘଡ଼ାଇ, ରାଜାରାମ ମହାପାତ୍ର, ନଳିନୀକାନ୍ତ ମହାପାତ୍ର, ଖଗେନ୍ଦ୍ର ନାଥ ପ୍ରଧାନ, ମିହିର ପାଣି, ତନୟା ମହାପାତ୍ର, ସୋର ଏବଂ ବାହାନଗା ବ୍ଲକର ସମସ୍ତ ମଣ୍ଡଳ ସଭାପତି, କିଶୋର ଚନ୍ଦ୍ର ବେହେରା, ରବୀନ୍ଦ୍ର କୁମାର ମହାଳିକ, ସନ୍ତୋଷ କୁମାର ସାହୁ, ରଜତ ମହାପାତ୍ର, ପ୍ରମୋଦ ନାୟକ ଯୋଗଦେଇ ସୋର ପାଇଁ ଘୋଷିତ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇ ଜଣେ ସୋର ନିର୍ବାଚନ ମଣ୍ଡଳୀର ଅଧିବାସୀଙ୍କୁ ପ୍ରାର୍ଥୀ କରାନଯିବା ପର୍ଯ୍ୟନ୍ତ ସୋର ବିଜେପି କାର୍ଯ୍ୟାଳୟ ବନ୍ଦ ରହିବା ସହିତ ସମସ୍ତ କାର୍ଯ୍ୟକ୍ରମ ବନ୍ଦ୍ ରହିବ ବୋଲି ସର୍ବ ସମତ୍ତିକ୍ରମେ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ସୋର ନିର୍ବାଚନ ମଣ୍ଡଳୀର ପାଖାପାଖି ୪୦୦ରୁ ଉର୍ଧ୍ଵ କର୍ମୀ ଯୋଗଦେଇ ସେମାନଙ୍କର କ୍ଷୋଭ ପ୍ରକାଶ କରିବା ସହିତ ନିଜମାଟିର ଜଣେ ନେତାଙ୍କୁ ପ୍ରାର୍ଥୀ କରାଯିବା ପାଇଁ ଦାବି କରିଥିଲେ । ପ୍ରଥମେ କର୍ମୀମାନେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜୁ ଦାସ ହାଏ ହାଏ, ରାଜୁ ଦାସ ଗୋ ବ୍ୟାକ ଆଦି ନାରାଦେଇଥିଲେ। ଶେଷରେ ବିଜେପି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିବା ଜଣାପଡିଛି।ସୂଚନା ଯୋଗ୍ୟ ଯେ ରାଜେନ୍ଦ୍ର ଦାସ ଗତ ଧାମନଗର ଉପ ନିର୍ବାଚନରେ ବିଜେଡିରୁ ବହିଷ୍କୃତ ହେବା ପରେ ସ୍ବାଧୀନ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ।ପରବର୍ତ୍ତି ସମୟରେ ଅଳ୍ପଦିନ ପୂର୍ବରୁ ରାଜେନ୍ଦ୍ର ଦାସ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

Leave A Reply

Your email address will not be published.