ଶ୍ରୀରାମ ସେନା ପକ୍ଷରୁ ରାମ ନବମୀ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶ୍ରୀରାମ ସେନା ପକ୍ଷରୁ ରାମ ନବମୀ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ। ବାଲେଶ୍ୱର ଜିଲ୍ଲା ସୋର ଶ୍ରୀରାମ ସେନା ପକ୍ଷରୁ ରାମ ନବମୀ ଉତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଷ୍ଟେସନଛକ ସ୍ଥିତ ରୟାଲ ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶ୍ରୀରାମ ସେନା ସୋର ଶାଖାର ସଭାପତି ବିଷ୍ଣୁ ମୋହନ ପଣ୍ଡା ସଭାପତିତ୍ୱ କରିଥିଲେ ।

ଆଗାମୀ ରାମନବମୀ ଅବସରରେ ୭ ଦିନିଆ କାର୍ଯ୍ୟକ୍ରମ ସଂପର୍କରେ ସଂପାଦକ ମନୀଷ ଗୁପ୍ତା ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ଉପଦେଷ୍ଟା କାହ୍ନୁଚରଣ ବେହେରା, ପ୍ରହ୍ଲାଦ ସାହୁ, ମୁଖପାତ୍ର ଶୁଶୀଲ ଝୁନଝୁନୱାଲା ଅବସରପ୍ରାପ୍ତ ଅଧକ୍ଷ ଗୋବିନ୍ଦଚନ୍ଦ୍ର ନାୟକ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମ୍ପୂର୍ଣ କାର୍ଯ୍ୟ ବିବରଣୀ ବାବଦରେ ଅବଗତ କରାଇଥିଲେ । ଆସନ୍ତା ଏପ୍ରିଲ ସାତ ତାରିଖରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର, ୯ ତାରିଖରେ ସୋର ଗୋଶାଳାରେ ଗୋପୂଜା ଓ ଗୋସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |

୧୦ ତାରିଖରେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଓ ଡାକ୍ତରଖାନା ସଫେଇ ୧୩ ତାରିଖରେ ତୁଣ୍ଡପଡା ଏବଂ ପାଖରଛକ ହନୁମାନ ବିଗ୍ରହ ସମ୍ମୁଖରେ ସାମୁହିକ ହନୁମାନ ଚାଳିଶା ପାଠ,୧୫ ତାରିଖରେ ମହିଳା ବାଇକ୍ ଶୋଭାଯାତ୍ରା,୧୬ ତାରିଖରେ ପୁରୁଷ ବାଇକ୍ ଶୋଭାଯାତ୍ରା ଓ ୧୭ ତାରିଖରେ ସୋର ଗୋପୀନାଥପୁର ଷ୍ଟ୍ରକ୍ଚର ପଡ଼ିଆରୁ ରାଇପୁର ହନୁମାନ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶ୍ରୀରାମ ନବମୀ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏଥିରେ ବହୁ ସଂଖ୍ୟାର ଶ୍ରଦ୍ଧାଳୁ ଏବଂ ସୋରବାସୀ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଶ୍ରୀରାମ ସେନା ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.