ଅବକାରୀ ବିଭାଗର ଚଢ଼ାଉ

0

ଅବକାରୀ ବିଭାଗର ଚଢ଼ାଉ | ଦେଶିମଦ ଜବତ, ଦୁଇ ଗିରଫ। ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦେଶିମଦ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୋର ଆଦର୍ଶ ଅବକାରୀ ଥାନା ଅଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଶିରାପୁର ଗ୍ରାମରେ ଚଢ଼ାଉ କରି ଶତ୍ରୁଘ୍ନ ଜେନା ନିକଟରୁ ୪୨ ଲିଟର ଦେଶିମଦ ଏବଂ ନୂଆହାଟ ଗ୍ରାମର ହରେନ୍ଦ୍ର ନାୟକ ନିକଟରୁ ୩୫ ଲିଟର ଦେଶିମଦ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ।

ସନ୍ଧ୍ୟାରେ ସୋର ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, ରଜନୀକାନ୍ତ ସାହୁ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।

Leave A Reply

Your email address will not be published.