ନାବାଳିକା ଅପହରଣ ଅଭିଯୁକ୍ତ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାବାଳିକା ଅପହରଣ ଅଭିଯୁକ୍ତ ଗିରଫ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ କମାଣପୁର ନିକଟରୁ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବା ଅଭିଯୋଗରେ ସୋର ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବଚ୍ଛଦା ଅଞ୍ଚଳର ଜଣେ ନାବାଳିକା ତାଙ୍କ ମାମୁଁଘର ସୋର କମାଣପୁରରେ ରହୁଥିଲେ। ଗତ ୬ ତାରିଖରେ ପଢୁଆଁବଛଦା ମୋହନପୁର ଗ୍ରାମର ଦୀନବନ୍ଧୁ ଖିଲାର (୨୩) ଉକ୍ତ ନାବାଳିକା ଜଣଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା।

ଏ ବାବଦରେ ନାବାଳିକାଙ୍କ ପରିବାର ତରଫରୁ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୭୧/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଦୀନବନ୍ଧୁକୁ ସୋର ପୁଲିସ ଗିରଫ କରିବା ସହିତ ନାବାଳିକାକୁ ଉଦ୍ଧାର କରିଥିଲେ। ଆଜି ଅପରାହ୍ନରେ ଦୀନବନ୍ଧୁର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.