କୋରାପୁଟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ନିଜ ଦଳୀୟ କର୍ମକର୍ତ୍ତାଙ୍କ ସହ ଗସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ବିଜେପି ଲୋକୋସଭା ପ୍ରାର୍ଥୀ କାଳିରାମ ମାଝୀ ଏବଂ ଆଜି କୋରାପୁଟ ବିଧାନସଭା ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ଘୋଷଣା ହୋଇଥିବା ବିଧାୟକ ପ୍ରାର୍ଥୀ ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ନିଜ ଦଳୀୟ କର୍ମକର୍ତ୍ତାଙ୍କ ସହ ଗସ୍ତ କରିଥିଲେ । ପ୍ରଥମେ କୋଲାଵ, କୋରାପୁଟ, ଡୁମୁରିପୁଟ,ସୁନାବେଡ଼ା ପରେ ସିମିଳିଗୁଡା ଠାରେ ପହଞ୍ଚିଥିଲେ।

ଉକ୍ତ ଗସ୍ତରେ କୋରାପୁଟ ନିର୍ବାଚନ ମଣ୍ଡଳୀର ଦଳିୟ କର୍ମକର୍ତ୍ତାଙ୍କ ସହ ସାକ୍ଷାତକାର କରି ଆଗାମୀ ଦିନରେ ମୋଦୀଙ୍କ ନେତୃତ୍ଵରେ ଦେଶ,ରାଜ୍ୟ ଏବଂ କୋରାପୁଟ ଜିଲ୍ଲାର ୫ ଟି ବିଧାନସଭା ଆସନରେ ବିଜେପି ସରକାର ଗଢ଼ିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ। କୋରାପୁଟ ସଦର ମହକୁମା ଠାରେ ଆଜି ଶତାଧିକ ମହିଳା ଓ ଦଳୀୟ ନେତା ଓ କର୍ମୀମାନେ ମାନେ ସାଂସଦ ପ୍ରାର୍ଥୀ କାଳୀରାମ ମାଝି ଏବଂ ବିଧାୟକ ପ୍ରାର୍ଥୀ ରଘୁରାମ ମାଛ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଉଭୟ ନେତା ଓଡ଼ିଶାର ଦୁର୍ନୀତିଗ୍ରସ୍ତ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକା ସ୍ୱର ଉତ୍ତୋଳନ କରିଥିଲେ । କାଳୀ ରାମ ମାଝି ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ର ୨୪ବର୍ଷ ର ଅସ୍ଥାୟୀ ସରକାର ର ଭ୍ରଷ୍ଟାଚାର କୁ ହଟାଇ କୋରାପୁଟ ଜିଲ୍ଲାର ବିଜେପି ସରକାର୍ ଉନ୍ନତୀ ଦିଗରେ ନଜର ରଖିବା ପାଇଁ ସଂକଳ୍ପ ବଧ ।

କୋରାପୁଟ ନିର୍ବାଚନ ମଣ୍ଡଳୀ ରେ ପୂର୍ବରୁ କଂଗେସ ପରେ ବିଜେଡି ସରାକର ର ପିସି କାରବାର ଏବଂ ଉପାନ୍ତ ଅଞ୍ଚଳରେ ଥିବା ମୌଳିକ ସମସ୍ୟାକୁ ହଟେଇବାରେ ବିଫଳ ହେଇଥିବା ବେଳେ, ଏବେ ନୂଆ ସରକାର ବିଜେପି ସରକାର କୋରାପୁଟ ରେ ଜନତା ଙ୍କ ଭରସା ଅଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ରଘୁରାମ୍ ମାଛ ଓ ଲୋକସଭା ପ୍ରାର୍ଥୀ କାଳିରାମ ମାଝୀ। ପଟାଙ୍ଗି ନିର୍ବାଚନ ମଣ୍ଡଳୀ ର ଥିବା ବିବାଦୀୟ ସମସ୍ୟା ର ସମାଧାନ ବିଜେଡି ସରକାର୍ ନିଷ୍କର୍ଷ କାଢ଼ିବାରେ ବିଫଳ ହୋଇଛି। ଓଡ଼ିଆ ଅସ୍ମିତା ର ଭାବ ନାହିଁ ୨୪ ବର୍ଷ ର ଅସ୍ଥାୟୀ ସରକାର। ତେଣୁ ପଟାଙ୍ଗି ନିର୍ବାଚନ ମଣ୍ଡଳୀ ରେ ବିଜେପି ସରକାର୍ ଆସିଲେ ବିବାଦୀୟ ସମସ୍ୟା କୁ ହଟାଇ ଦିଆଯିବ ବୋଲି କହିଥିଲେ କାଳିରାମ ମାଝୀ । କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନ ମଣ୍ଡଳୀ ପାଈଁ ବିଜେପି ବିଧାୟକ ପ୍ରାର୍ଥୀଭାବେ ରାଜ୍ୟ ବିଜେପି ପକ୍ଷରୁ ଘୋସଣା କରିବା ପରେ ଆଜି ସିମିଳିଗୁଡା ଠାରେ କର୍ମୀ ସମ୍ମିଳନୀ ଡ଼କାଇ ସ୍ବାଗତ ସମ୍ବର୍ଦ୍ଧନା କରିଥଲେ ବିଜେପି ନେତା ମାନେ ।

Leave A Reply

Your email address will not be published.