ନବୀନଙ୍କ ବିକାଶ ଓ ସୁଦାମ ଙ୍କ ନେତୃତ୍ୱକୁ ଭରଷା କରି କଂଗ୍ରେସ୍ କର୍ମୀ ବିଜେଡିରେ ସାମିଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନବୀନଙ୍କ ବିକାଶ ଓ ସୁଦାମ ଙ୍କ ନେତୃତ୍ୱକୁ ଭରଷା କରି କଂଗ୍ରେସ୍ କର୍ମୀ ବିଜେଡିରେ ସାମିଲ। ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଙ୍କ ନେତୃତ୍ୱ ରେ ଉତ୍ସାହିତ ହୋଇ ବିଜେଡି ରେ ସାମିଲ ହେଲେ ମରୋଡ଼ା ନିର୍ବାଚନ ମଣ୍ଡଳୀ ର ଏକାଧିକ କଂଗ୍ରେସ କର୍ମୀ।

ମରୋଡ଼ା ର ବିଜେଡି ସଂଯୋଜକ କୃଷ୍ଣନନ୍ଦ ମହାନ୍ତି ଙ୍କ ପରାମର୍ଶ ରେ ବ୍ଲକ ର ପୂର୍ବତନ କଂଗ୍ରେସ ସଭାପତି ଘାସିରାମ ବେହେରା ଙ୍କ ସହିତ ଅନେକ କଂଗ୍ରେସ କର୍ମୀ ଆଜି ସୁଦାମ ମାରାଣ୍ଡି ଙ୍କ ଉପସ୍ଥିତି ରେ ବିଜେଡି ହାତ ଧରିଛନ୍ତି।

ସମସ୍ତଙ୍କୁ ଦଳ କୁ ସ୍ଵାଗତ କରିବା ସହିତ ନବୀନ ଓଡ଼ିଶା ଗଠନ ରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି ସୁଦାମ। କଂଗ୍ରେସର ବିଶୃଙ୍ଖଳା ରେ ଅତିଷ୍ଠ ହେବା ସହିତ ନବୀନ ବାବୁ ଙ୍କ ବିକାଶ ଧାରା ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିବା କଥା କହିଛନ୍ତି ପୂର୍ବତନ କଂଗ୍ରେସ ବ୍ଲକ ସଭାପତି ଘାସିରାମ।

Leave A Reply

Your email address will not be published.